ଅନ୍ୟାନ୍ୟ

ଧରଣୀଧର ସାହୁ ହେଲେ ଅନୁଗୁଳ ଜିଲ୍ଲା ବିଜେଡିର ଉପସଭାପତି

By Biswaranjan Pattnaik

May 09, 2024

ଅନୁଗୁଳ: ଅନୁଗୁଳ ଜିଲ୍ଲା ବିଜେଡି ଉପସଭାପତି ଭାବେ ନିଯୁକ୍ତ ହୋଇଛନ୍ତି ଯୋକୁବ ଗାଁର ଧରଣୀଧର ସାହୁ (ଧନୀ)। ବିଜେଡି ରାଜ୍ୟ ସଂଗଠନ ସମ୍ପାଦକ ତଥା ଅନୁଗୁଳ ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଣବ ପ୍ରକାଶ ଦାସଙ୍କ ଅନୁମୋଦନ ତଥା ଜିଲ୍ଲା ସହ ପର୍ଯ୍ୟବେକ୍ଷକ କୁନ ବିହାରୀ ଦାସଙ୍କ ସୁପାରିଶ କ୍ରମେ ଦଳ ସଂଗଠନକୁ ସୁଦୃଢ କରିବା ପାଇଁ ତାଙ୍କୁ ନିଯୁକ୍ତି ଦିଆଯାଇଛି। ପୂର୍ବରୁ ଶ୍ରୀ ସାହୁ ୨୫ ନମ୍ୱର୍ ଜୋନ୍ ଜିଲ୍ଲା ପରିଷଦ ସଦସ୍ୟ ଏବଂ ସାଂସଦଙ୍କ ପ୍ରତିନିଧି ଭାବେ କାର୍ଯ୍ୟ କରିଛନ୍ତି। ସେ ଏବେ ମଧ୍ୟ ଅନୁଗୁଳ ନିର୍ବାଚନ ମଣ୍ଡଳୀ ୪ ନମ୍ବର ଜୋନର ପର୍ଯ୍ୟବେକ୍ଷକ ଦାୟିତ୍ଵ ତୁଲାଉଛନ୍ତି।