ମୁଖ୍ୟ ଖବର

ରାଷ୍ଟ୍ରପତିଙ୍କୁ ଭେଟି ତାଳଚେର ପ୍ରଜାମଣ୍ଡଳ ଆନ୍ଦୋଳନର ନାୟକ ସ୍ୱର୍ଗତ ପବିତ୍ର ମୋହନ ପ୍ରଧାନଙ୍କ ଜୀବନୀ ‘ପବିତ୍ର ଗ୍ରନ୍ଥାବଳୀ’ ପ୍ରଦାନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

By Angul TV Bureau

July 30, 2022

ଅନୁଗୁଳ: ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏ ଅବସରରେ କେନ୍ଦ୍ର ମନ୍ତ୍ରୀ ତାଳଚେର ପ୍ରଜାମଣ୍ଡଳ ଆନ୍ଦୋଳନର ନାୟକ ସ୍ୱର୍ଗତ ପବିତ୍ର ମୋହନ ପ୍ରଧାନଙ୍କ ଉପରେ ଲିଖିତ ପୁସ୍ତକ ‘ପବିତ୍ର ଗ୍ରନ୍ଥାବଳୀ’ ରାଷ୍ଟ୍ରପତିଙ୍କୁ ପ୍ରଦାନ କରିଛନ୍ତି।

ଓଡ଼ିଶାର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ଗଡ଼ଜାତ ଆନ୍ଦୋଳନର ସ୍ରଷ୍ଟା ତଥା ତାଳଚେର ମାଟିର ବୀର ପୁତ୍ର ସ୍ବର୍ଗତ ପବିତ୍ର ମୋହନ ପ୍ରଧାନଙ୍କ ଉପରେ ଲିଖିତ ପୁସ୍ତକକୁ ରାଷ୍ଟ୍ରପତିଙ୍କୁ ପ୍ରଦାନ କରିଥିବାରୁ କେନ୍ଦ୍ରମନ୍ତ୍ରୀଙ୍କୁ ଅନୁଗୁଳ ଜିଲ୍ଲା ସଭାପତି ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି, ଜଣେ ନିର୍ଭୀକ ନେତୃତ୍ୱ, ବିଚକ୍ଷଣ ରାଜନୀତିଜ୍ଞ ତଥା ଆମ ଅଞ୍ଚଳର ଗୌରବ ପବିତ୍ର ମୋହନଙ୍କ ଉପରେ ଆଧାରିତ ପୁସ୍ତକ ରାଷ୍ଟ୍ରପତିଙ୍କୁ ପ୍ରଦାନ କରି କେନ୍ଦ୍ରମନ୍ତ୍ରୀ ଆମ ଅଞ୍ଚଳର ସ୍ୱାଭିମାନକୁ ଆହୁରି ବଢ଼ାଇ ଦେଇଛନ୍ତି। ଏଥିପାଇଁ ଆମେ ତାଙ୍କୁ ସାଧୁବାଦ ଜଣାଉଛୁ ବୋଲି କହିଛନ୍ତି ଜିଲ୍ଲା ସଭାପତି।