ମୁଖ୍ୟ ଖବର

ମା’ ଡାକେଶ୍ୱରୀଙ୍କୁ ଦର୍ଶନ କରି ନିର୍ବାଚନ ପ୍ରଚାର ଆରମ୍ଭ କଲେ ଧର୍ମେନ୍ଦ୍ର ପ୍ରଧାନ

By Sanjeeb Biswal

April 03, 2024

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ସ୍ଥିତ ମା’ ଡାକେଶ୍ୱରୀଙ୍କ ଦର୍ଶନ କରି ନିର୍ବାଚନ ପ୍ରଚାର ଆରମ୍ଭ କଲେ ଧର୍ମେନ୍ଦ୍ର ପ୍ରଧାନ। ତାଙ୍କ ସହ ଛେଣ୍ଡିପଦା ବିଜେପି ବିଧାୟକ ପ୍ରାର୍ଥୀ ଅଗସ୍ତି ବେହେରା ମଧ୍ୟ ଉପସ୍ଥିତ ଥିଲେ।

ଏ ଅବସରରେ ଅଗସ୍ତି ବେହେରା କହିଛନ୍ତି, ଧର୍ମେନ୍ଦ୍ର ପ୍ରଧାନ ଜଣେ ସୁପରଷ୍ଟାର। ଶ୍ରୀ ପ୍ରଧାନ ଲୋକସଭା ଆସନରୁ ନିର୍ବାଚନ ଲଢ଼ୁଥିବା ବେଳେ ସେ ଛେଣ୍ଡିପଦା ବିଧାନସଭା ପ୍ରାର୍ଥୀ ହୋଇ ନିର୍ବାଚନ ଲଢିବା ସୌଭାଗ୍ୟର କଥା ବୋଲି ଅଗସ୍ତି ବେହେରା କହିଛନ୍ତି। ଏଥିସହ ଛେଣ୍ଡିପଦା ବିଧାନସଭାରୁ ବିଜେପିରୁ ଟିକେଟ ପାଇଥିବାରୁ ଖୁସି ବ୍ୟକ୍ତ କରିଛନ୍ତି ଶ୍ରୀ ବେହେରା। ଛେଣ୍ଡିପଦାର ଖଣି ଖାଦାନ ଓ ବିସ୍ଥାପନ ସମସ୍ୟା ନେଇ ବିଜେପି ନିର୍ବାଚନ ଲଢିବ ବୋଲି ସେ କହିଛନ୍ତି।