ଅନୁଗୋଳ: ଜରାଜୀର୍ଣ୍ଣ ଅବସ୍ଥାରେ କିଶୋରନଗର ବ୍ଲକ ସଦର ମହକୁମା ଅନ୍ତର୍ଗତ ଧଉରାପାଲ୍ଲୀ ସେବା ସମବାୟ ସମିତିର କାର୍ଯ୍ୟାଳୟ ଗୃହ। ଦୀର୍ଘଦିନ ହେଲା କୌଣସି ମରାମତି କରାଯାଇ ନଥିବାରୁ କୋଠାର ବିଭିନ୍ନ ସ୍ଥାନରୁ ପ୍ଲାଷ୍ଟର ଖସିବା ସହ ଛାତ ସ୍ଲାବ ମଧ୍ୟ ଖସିବା ଅବସ୍ଥାରେ। ଏହି ସମିତି କାର୍ଯ୍ୟାଳୟକୁ ପ୍ରତିଦିନ ବିଭିନ୍ନ ଜରୁରୀ କାମରେ ଆଖପାଖ ଅଞ୍ଚଳର ଶହ ଶହ ଚାଷୀ ଓ ଗ୍ରାହକମାନେ ଆସିଥାନ୍ତି।
କିନ୍ତୁ କୋଠାର ଦୁର୍ବଳ ଅବସ୍ଥା ଯୋଗୁଁ ସେମାନେ ସର୍ବଦା ଭୟ ଭିତରେ ରହୁଛନ୍ତି। ଏହା ଏକ ବଡ଼ଧରଣର ଦୁର୍ଘଟଣାକୁ ଆମନ୍ତ୍ରଣ କରୁଥିବାରୁ, ତୁରନ୍ତ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ସମିତିର ସମସ୍ତ କୋଠାକୁ ସମ୍ପୂର୍ଣ୍ଣ ମରାମତି କରିବାକୁ ସାଧାରଣରେ ଦୃଢ଼ ଦାବି ହେଉଛି।