ଅନୁଗୁଳ : ଅନୁଗୁଳ ସହରର ହୁଲୁରସିଂହା ଛକରେ ଏକ ଘଣ୍ଟିଆ ଜାତୀୟ ରାଜପଥକୁ ଅବରୋଧ କରାଯାଇଛି। ସୂଚନା ମୁତାବକ, ଢେଙ୍କାନାଳ ସଂସଦୀୟ କ୍ଷେତ୍ର ମଧ୍ୟରେ ଯାଇଥିବା ୫୩, ୫୫ ଓ ୧୪୯ ନମ୍ବର ଜାତୀୟ ରାଜପଥର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବାରେ ଅହେତୁକ ବିଳମ୍ବ ହେଉଛି। ଏହାକୁ ପ୍ରତିବାଦ କରି ଆଜି ସକାଳ ୮ ଟାରୁ ୯ ଟା ପର୍ଯ୍ୟନ୍ତ ୧ ଘଣ୍ଟା ଧରି ଜାତୀୟ ରାଜପଥକୁ ଅବରୋଧ କରାଯାଇଥିଲା। ଢେଙ୍କାନାଳ ସାଂସଦ ମହେଶ ସାହୁ ଏହି ବନ୍ଦ ଡାକରା ଦେଇଥିବା ବେଳେ ଅନୁଗୁଳ ପୌରପାଳିକାର ଅଧ୍ୟକ୍ଷ ଅକ୍ଷୟ କୁମାର ସାମନ୍ତ ଓ ପୂର୍ବତନ ପୌରାଧକ୍ଷ ପୂର୍ଣ୍ଣଚନ୍ଦ୍ର ରାଉତଙ୍କ ସମେତ ବହୁ ବିଜୁ ଜନତା ଦଳ କର୍ମକର୍ତ୍ତା ଉପସ୍ଥିତ ଥିଲେ।