ମୁଖ୍ୟ ଖବର

ପୂର୍ବ କେନ୍ଦ୍ରମନ୍ତ୍ରୀ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କୁ ଭେଟିଲେ ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି

By Angul TV Bureau

June 05, 2024

 

ତାଳଚେର: ଢେଙ୍କାନାଳର ନବ ନିର୍ବାଚିତ ସାଂସଦ ରୁଦ୍ର ନାରାୟଣ ପାଣି ଆଜି ତାଳଚେର ଗସ୍ତ କରି ଦୀନ ଦୟାଲ ନଗରରେ ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ସେ ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଧାନ, ତାଙ୍କର ଧର୍ମପତ୍ନୀ ବସନ୍ତ ମଞ୍ଜରୀ ପ୍ରଧାନଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ।ସେହିପରି ହିନ୍ଦୋଳର ନବ ନିର୍ବାଚିତ ବିଧାୟିକା ସୀମାରାଣୀ ନାୟକ ମଧ୍ୟ ଡାକ୍ତର ପ୍ରଧାନଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କରିଥିଲେ। ଏ ଅବସରରେ ଅନୁଗୁଳ ଜୋନାଲ ବିଜେପି ମିଡିଆ ସେଲ ସଂଯୋଜକ ପର୍ଶୁରାମ ବାରିକ, ଜିଲ୍ଲା ସମ୍ପାଦକ ପ୍ରଶାନ୍ତ ନନ୍ଦ, ଶ୍ରମିକ ନେତା ଶ୍ରୀନିବାସ ଖୁଣ୍ଟିଆ, ଅଶୋକ ସାମନ୍ତଙ୍କ ସହ ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।