ଅନୁଗୁଳ : ଫେବ୍ରୁଆରୀ ୫ ରେ ଦିଲ୍ଲୀରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ଢେଙ୍କାନାଳ ସାଂସଦ ରୁଦ୍ର ପାଣି।
ଢେଙ୍କାନାଳ ସାଂସଦ ଦିଲ୍ଲୀର ଉତ୍ତମ ନଗରରେ ବିଜେପି ବିଧାୟକ ପ୍ରାର୍ଥୀ ପବନ ଶର୍ମାଙ୍କ ପାଇଁ ପ୍ରଚାର କରିଛନ୍ତି। ସେ ଘର ଘର ବୁଲି ପ୍ରାର୍ଥୀଙ୍କ ସହ ପ୍ରଚାର କରିବା ସହ ଏକ ଜନସଭାରେ ଉଦବୋଧନ ଦେଇଥିଲେ। ଶ୍ରୀ ପାଣି କହିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହାତରେ ଦେଶ ସୁରକ୍ଷିତ, ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ ଓ ସବକା ପ୍ରୟାସରେ ଆଗାମୀ ଦିନରେ ବିଜେପି ଦିଲ୍ଲୀରେ ସରକାର ଗଠନ କରିବ। ଏଥିସହ ବିକଶିତ ଦିଲ୍ଲୀ ସହ ବିକଶିତ ଭାରତର ସ୍ବପ୍ନ ପୂରଣ ପାଇଁ ବିଜେପିକୁ ଭୋଟ ଦେବାକୁ ସେ ନିବେଦନ କରିଥିଲେ।
ସଭାରେ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଡା. ମୋହନ ଯାଦବଙ୍କ ସମେତ ଉତ୍ତମ ନଗର ବିଜେପି ବିଧାୟକ ପ୍ରାର୍ଥୀ ପବନ ଶର୍ମାଙ୍କ ସମେତ ବହୁ ଦଳୀୟ ନେତୃତ୍ୱ ଉପସ୍ଥିତ ଥିଲେ।