ମୁଖ୍ୟ ଖବର

ଜନସେବା ନା ରାଜନୀତି? ଢେଙ୍କାନାଳ ସାଂସଦ ରୁଦ୍ର ପାଣିଙ୍କୁ ନେଇ ସୋସିଆଲ ମିଡିଆରେ କଟାକ୍ଷ

By Angul TV Bureau

November 22, 2026

ଢେଙ୍କାନାଳ: ଢେଙ୍କାନାଳ ସାଂସଦ ରୁଦ୍ର ପାଣିଙ୍କୁ ନେଇ ସୋସିଆଲ ମିଡିଆରେ ଏକ ଆକ୍ଷେପମୂଳକ ପୋଷ୍ଟ ଚର୍ଚ୍ଚାକୁ ଆସିଛି। ଉକ୍ତ ପୋଷ୍ଟରେ ସାଂସଦଙ୍କ ରାଜନୈତିକ ଜୀବନ, କାର୍ଯ୍ୟକଳାପ ଓ ଜନସେବାକୁ ନେଇ ବିଭିନ୍ନ ପ୍ରଶ୍ନ ଉଠାଯାଇଛି।ପୋଷ୍ଟରେ ରୁଦ୍ର ପାଣିଙ୍କ ଦୀର୍ଘ ରାଜନୈତିକ ଯାତ୍ରା ଏବଂ ଦଳୀୟ ରାଜନୀତିରେ ତାଙ୍କ ଭୂମିକାକୁ ନେଇ ଆକ୍ଷେପ କରାଯାଇଛି। ଏଥିସହ ତାଙ୍କ ନିର୍ବାଚନୀ ବିଜୟ ପରେ ଜନସାଧାରଣଙ୍କ ସେବା ଦିଗରେ କେତେ ତତ୍ପରତା ରହିଛି, ସେନେଇ ମଧ୍ୟ ପୋଷ୍ଟରେ ପ୍ରଶ୍ନ ଉଠାଯାଇଛି। ଏହି ପୋଷ୍ଟକୁ ନେଇ ରାଜନୈତିକ ମହଲରେ ଆଲୋଚନା ଆରମ୍ଭ ହୋଇଛି।