ଛେଣ୍ଡିପଦା: ଢ଼େଙ୍କାନାଳ ସାଂସଦ ରୁଦ୍ରନାରାୟଣ ପାଣି ସୋମବାର ଦିନ ଛେଣ୍ଡିପଦା ବ୍ଲକ ଗସ୍ତ କରିଛନ୍ତି। ଗସ୍ତ ସମୟରେ ଜନସାଧାରଣଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କରି ବିଭିନ୍ନ ସମସ୍ୟା ଉପରେ ଅବଗତ ହୋଇଥିଲେ। ପ୍ରଥମେ ସାଂସଦ ଛେଣ୍ଡିପଦାର ବିଜେପି କାର୍ଯ୍ୟାଳୟରେ ପହଁଞ୍ଚିଥିଲେ। ବିଜେପି କର୍ମୀ ଓ କର୍ମକର୍ତାଙ୍କ ପକ୍ଷରୁ ସମସ୍ତ ସଦସ୍ୟ ସଦସ୍ୟା ଉପସ୍ଥିତ ରହି ସାଂସଦଙ୍କୁ ସ୍ୱାଗତ ଜଣାଇଥିଲେ। ଏହି ପରିଦର୍ଶନ ସମୟରେ ସାଂସଦଙ୍କ ସହ ଅକ୍ଷୟ ପାଦ ବେହେରା, ଯଶୋବନ୍ତ ପ୍ରସାଦ ବେହେରା ପ୍ରମୁଖ ମାନ୍ୟଗଣ୍ୟ ବ୍ୟକ୍ତି ଓ କର୍ମୀ ଉପସ୍ଥିତ ଥିଲେ। ପରେ ସାଂସଦ ନୂଆପଡାର ବିଜେପିର ବରି କର୍ମକର୍ତା ଧିରେନ୍ଦ୍ର ମହାପାତ୍ରଙ୍କ ଅକାଳ ମୃତ୍ୟୁର ଖବର ପାଇ ନୂଆପଡା ଗ୍ରାମରେ ତାଙ୍କ ବାସଭବନରେ ପହଁଚି ତାଙ୍କର ଅମର ଆତ୍ମାର ସଦଗତି କାମନା କରିଥିଲେ। ସ୍ୱର୍ଗତ ମହାପାତ୍ର ସାଂସଦଙ୍କ ଅତି ପ୍ରିୟ ଥିଲେ ଏବଂ ସମାଜସେବାରେ ନିଜକୁ ନିୟୋଜିତ କରି ତାଙ୍କ ପ୍ରେରଣାରେ ଅନୁପ୍ରାଣିତ ହୋଇ ରାଜନୀତିରେ ବହୁ ପଦପଦବୀରେ ରହିଥିବା ସାଂସଦ ପ୍ରକାଶ କରିଥିଲେ। ଶେଷରେ ସାଂସଦ ଶ୍ରୀ ପାଣୀ ଛେଣ୍ଡିପଦା ଅଂଚଳର ନିଜ ସମର୍ଥକଙ୍କ ଗହଣରେ ସମସ୍ତ ସମସ୍ୟାର ସମାଧାନ ଉପରେ ଆଲୋଚନା କରିଥିଲେ।