ଅନ୍ୟାନ୍ୟ

ପୁରୁଣାକୋଟ ବୃଦ୍ଧାଶ୍ରମ ପରିଦର୍ଶନ କଲେ ଢେଙ୍କାନାଳ ସାଂସଦ, ଅନ୍ତେବାସୀଙ୍କ ଅସୁବିଧା ବୁଝିଲେ

By Angul TV Bureau

August 19, 2026

ଅନୁଗୋଳ: ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି  ସାତକୋଶିଆ ଅଭୟାରଣ୍ୟ ଅଞ୍ଚଳ ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଗସ୍ତ ସମୟରେ ସେ ପ୍ରଥମେ ବରିଷ୍ଠ ବିଜେପି ନେତା କାଳନ୍ଦି ପ୍ରଧାନଙ୍କ ମାତୃ ବିୟୋଗରେ ତାଙ୍କ ଗ୍ରାମ ଗଇନ୍ଦି ସ୍ଥିତ ବାସଭବନ ପହଞ୍ଚି ଶୋକସନ୍ତପ୍ତ ପରିବାରଙ୍କୁ ସମବେଦନା ଜଣାଇଥିଲେ। ପରେ ସାଂସଦ ଶ୍ରୀ ପାଣି ପୁରୁଣାକୋଟ ସ୍ଥିତ ବୃଦ୍ଧାଶ୍ରମ ପରିଦର୍ଶନ କରିଥିଲେ।

ପୂର୍ବତନ ସରପଞ୍ଚ ଅନ୍ତ ବାସୁଦେବ ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପରିଚାଳିତ ଏହି ବୃଦ୍ଧାଶ୍ରମରେ ସେ ଅନ୍ତେବାସୀଙ୍କୁ ଭେଟି ସେମାନଙ୍କ ଅସୁବିଧା କଥା ପଚାରି ବୁଝିଥିଲେ।ଏହି ସମୟରେ ତାଙ୍କ ସହ ପୂର୍ବତନ ଜିଲ୍ଲା ସଭାପତି ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦିଲେଶ୍ୱର ପ୍ରଧାନ, କ୍ଷେତ୍ରୀୟ ଗଣମାଧ୍ୟମ ସଂଯୋଜକ ପର୍ଶୁରାମ ବାରିକ, ଜିଲ୍ଲା କୋଷାଧ୍ୟକ୍ଷ ବିଶ୍ୱଜିତ ମିଶ୍ର, ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ସରୋଜ ଜେନା ଏବଂ ପୁରୁଣାକୋଟ ପଞ୍ଚାୟତର ନେତୃମଣ୍ଡଳୀ ପ୍ରମୁଖ ଉପସ୍ଥିତ ଥିଲେ।