ଅନ୍ୟାନ୍ୟ

ସଂଘ ଚାଳକ ସୁଧୀର ମିଶ୍ରଙ୍କ ମାତୃ ବିୟୋଗ, ସାଂସଦଙ୍କ ଶୋକ

By Angul TV Bureau

September 19, 2026

ଅନୁଗୋଳ: ଆରଏସଏସ୍ ଢେଙ୍କାନାଳ ବିଭାଗ ସଂଘ ଚାଳକ ସୁଧୀର ମିଶ୍ରଙ୍କ ମା’ ଶକୁନ୍ତଳା ମିଶ୍ରଙ୍କ ୯୬ ବର୍ଷ ବୟସରେ ବିୟୋଗ ଘଟିଛି।ସେ ସୁଧୀର ମିଶ୍ର, ଶିଶିର ମିଶ୍ର ଓ ପୂର୍ବତନ ନଗରପାଳ ଶଙ୍କର ହୋତାଙ୍କ ମା’ ଥିଲେ। ଖବର ପାଇ ଆଠମଲ୍ଲିକ ଶାସନସ୍ଥିତ ବାସଭବନରେ ଶେଷ ଦର୍ଶନ ପାଇଁ ଲୋକାରଣ୍ୟ ହୋଇଥିଲା। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ଶୁକ୍ରବାର ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ବାସଭବନରେ ପହଞ୍ଚି ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି।