ମୁଖ୍ୟ ଖବର

ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବିତ୍ତ ଅଧିକାରୀଙ୍କ ପରଲୋକ

By Biswaranjan Pattnaik

December 12, 2024

ଅନୁଗୁଳ : ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମୁଖ୍ୟ ବିତ୍ତ ଅଧିକାରୀ ସପନ କୁମାର ପାତ୍ରଙ୍କ ସ୍ବାସ୍ଥ୍ୟଗତ ସମସ୍ୟା ଯୋଗୁଁ ଆଜି ପରଲୋକ ହୋଇଛି ।

ସୂଚନା ଅନୁଯାୟୀ ଶ୍ରୀ ପାତ୍ର ଦୀର୍ଘ ଦିନହେବ ଅସୁସ୍ଥ ଥିଲେ । ଗୁରୁବାର ସକାଳ ୯ ଘଟିକା ସମୟରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୫୨ ବର୍ଷ ବୟସ ହୋଇଥିଲା । ତାଙ୍କ ପୈତୃକ ଘର ବାଲେଶ୍ବର ଜିଲ୍ଲା ଭୋଗରାଇ ଅଞ୍ଚଳରେ । ତାଙ୍କ ମୃତ୍ୟୁ ଖବର ପାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କର୍ମଚାରୀ ମହଲରେ ଶୋକର ଛାୟା ଖେଳି ଯାଇଛି । ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କର୍ମଚାରୀ ମାନେ ନୀରବ ପ୍ରାର୍ଥନା କରି ଅମର ଆତ୍ମାର ସଦଗତି ପାଇଁ ଭଗବାନଙ୍କୁ ପ୍ରାର୍ଥନା କରିଥିଲେ ।

ସେ ଜଣେ ମେଳାପି, ପରୋପକାରୀ, ଧାର୍ମିକ ବ୍ୟକ୍ତି ଥିଲେ । ପୁରୀ ସ୍ବର୍ଗଦ୍ବାର ରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା ।