ସ୍ୱତନ୍ତ୍ର

ଶିଶୁଙ୍କ କ୍ଷେତ୍ରରେ ବଢୁଛି ମଧୁମେହ: ଜାଣନ୍ତୁ ଏହାର ଲକ୍ଷଣ ଓ ପ୍ରତିକାର

By Angul TV Bureau

April 02, 2026

​ନୂଆଦିଲ୍ଲୀ: ମଧୁମେହ ବା ଡାଇବେଟିସ୍ ଏବେ କେବଳ ବୟସ୍କଙ୍କ ମଧ୍ୟରେ ସୀମିତ ନୁହେଁ, ବରଂ ନବଜାତ ଶିଶୁ ଓ ଯୁବପିଢ଼ିଙ୍କ କ୍ଷେତ୍ରରେ ମଧ୍ୟ ଏହା ବ୍ୟାପକ ଭାବେ ଦେଖାଗଲାଣି। ଶରୀରରେ ଥିବା ବିଟା କୋଷିକା ନଷ୍ଟ ହେବା ଫଳରେ ଇନ୍ସୁଲିନ୍ ପ୍ରସ୍ତୁତି ବନ୍ଦ ହୋଇଯାଏ, ଯାହା ଶର୍କରା ମାତ୍ରା ବୃଦ୍ଧିର ମୁଖ୍ୟ କାରଣ ସାଜିଥାଏ। ସଠିକ୍ ସମୟରେ ଚିହ୍ନଟ ଓ ଉପଚାର ଦ୍ୱାରା ଶିଶୁଙ୍କୁ ଏହି ବିପଦରୁ ରକ୍ଷା କରାଯାଇପାରିବ।

ପ୍ରମୁଖ ଲକ୍ଷଣ:ଅତ୍ୟଧିକ ଶୋଷ ଓ ବାରମ୍ବାର ପରିସ୍ରା: ଶିଶୁକୁ ବାରମ୍ବାର ଶୋଷ ଲାଗିବା ସହ ପରିସ୍ରା ହେବା। ଭୋକ ସତ୍ତ୍ୱେ ଓଜନ ହ୍ରାସ: ଖାଦ୍ୟ ଖାଇବାର ତୁରନ୍ତ ପରେ ଭୋକ ଲାଗିବା ଏବଂ ପର୍ଯ୍ୟାପ୍ତ ଖାଇଲେ ମଧ୍ୟ ଓଜନ ନ ବଢ଼ିବା।ଥକାପଣ: ଇନସୁଲିନ ଅଭାବରୁ ଶରୀର ଶୀଘ୍ର କ୍ଲାନ୍ତ ହୋଇଯିବା।ସଂକ୍ରମଣ: ଡାଏପର କାରଣରୁ ହେଉଥିବା ଖଣ୍ଡିଆ କିମ୍ବା ଅନ୍ୟାନ୍ୟ କ୍ଷତ ଶୀଘ୍ର ନ ଶୁଖିବା।

ଉପଚାର ଓ ସାବଧାନତା:୧. ସନ୍ତୁଳିତ ଆହାର: ପୋଷକଯୁକ୍ତ ଖାଦ୍ୟ ସହ କଲରା ପରି ପିତା ଜାତୀୟ ଖାଦ୍ୟକୁ ଖାଦ୍ୟ ତାଲିକାରେ ସାମିଲ କରନ୍ତୁ।୨. ନିୟମିତ ଯାଞ୍ଚ: ସମୟ ଅନୁସାରେ ଶରୀରରେ ଇନ୍ସୁଲିନ୍ ଓ ରକ୍ତ ଶର୍କରା (Blood Sugar) ର ପରୀକ୍ଷା କରାନ୍ତୁ।୩. ଶାରୀରିକ ବ୍ୟାୟାମ: ଶିଶୁଙ୍କୁ ପ୍ରତିଦିନ ବ୍ୟାୟାମ କିମ୍ବା ଖେଳକୁଦ ଅଭ୍ୟାସ କରାନ୍ତୁ।

ଯଦି ଶିଶୁଙ୍କ ପାଖରେ ଏପରି କୌଣସି ଲକ୍ଷଣ ଦେଖାଯାଏ, ତେବେ ବିଳମ୍ବ ନକରି ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।