ମୁଖ୍ୟ ଖବର

ନିରାମୟରେ ମିଳୁନି ଡାଇବେଟିସ ଔଷଧ

By Biswaranjan Pattnaik

July 31, 2022

ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିରାମୟ ଔଷଧ ବିତରଣ କେନ୍ଦ୍ରରେ ଡାଇବେଟିସ ଔଷଧ ମିଳୁନଥିବା ଅଭିଯୋଗ ହେଉଛି।ଡାଇବେଟିସ ଔଷଧ ମେଟଫର୍ମିନ, ଆଣ୍ଟିବାଇଓଟିକ ସେଫିକ୍ସଜିମ, ସେଫାଡ୍ରୋକସିଲ, ଆଜିଥ୍ରୋମଇସିନ ସିରପ, ସେଟ୍ରିଜିନ ସିରପ ଆଦି ଔଷଧ ମିଳୁନଥିବା ଅଭିଯୋଗ ହେଉଛି। ଔଷଷ ଅଭାବରୁ ଗରିବ ରୋଗୀମାନେ ହଇରାଣ ହେଉଛନ୍ତି। ଏ ସମ୍ପର୍କରେ ଏଡିଏମଓ ମେଡିକାଲ ଡା.ମାନସ ରଞ୍ଜନ ବିଶ୍ୱାଳଙ୍କୁ ଯୋଗାଯୋଗ କରିବାରୁ ସେ ଏହାର ଯାଞ୍ଚ କରିବେ ଏବଂ ଆବଶ୍ୟକ ସ୍ଥଳେ ଲୋକାଲ ପରଚେଜ କରାଯାଇ ଅଭାବ ପୂରଣ କରାଯିବ ବୋଲି କହିଥିଲେ।