ଅନ୍ୟାନ୍ୟ

ତାଳଚେରରେ ସାମ୍ବାଦିକ ଗୌରବ ସ୍ୱର୍ଗତ ଦିବାକର ମିଶ୍ରଙ୍କ ଶ୍ରାଦ୍ଧଦିବସ, ଶ୍ରଦ୍ଧାଞ୍ଜଳି ଜଣାଇଲେ ବିଭିନ୍ନ ସଂଗଠନ

By Angul TV Bureau

January 20, 2025

ଅନୁଗୁଳ: ବିଶିଷ୍ଟ ବ୍ୟଙ୍ଗ ଚିତ୍ରଶିଳ୍ପୀ ତଥା ସାମ୍ବାଦିକ ଗୌରବ ସ୍ୱର୍ଗତ ଦିବାକର ମିଶ୍ରଙ୍କର ୨୩ତମ ଶ୍ରାଦ୍ଧ ବାର୍ଷିକୀ ଆଜି ତାଳଚେରରେ ପାଳିତ ହୋଇଛି। ସ୍ଥାନୀୟ ବଜାର ଛକ ଠାରେ ଥିବା ସ୍ୱର୍ଗତ ମିଶ୍ରଙ୍କ ପ୍ରତିମୂର୍ତ୍ତିରେ ନଗରପାଳ ପବିତ୍ର ଭୂତିଆ, ପୂର୍ବତନ ନଗରପାଳ କେଶବ ଭୂତିଆ, କାଉନ୍‌ସିଲର ଯଶୋବନ୍ତ ମିଶ୍ର ପ୍ରମୁଖ ଯୋଗ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏ ଅବସରରେ ଜଗନ୍ନାଥ ଗଡ଼ନାୟକ, ସନ୍ତୋଷ ବେହେରା, ବିଜେଡି ଜିଲ୍ଲା କୋଷାଧ୍ୟକ୍ଷ ବାନାମ୍ବର ଭୂତିଆ, କଂଗ୍ରେସ ନେତା ବଜରଙ୍ଗ ଅଗ୍ରୱାଲା, ବଜାର କମିଟି ସମ୍ପାଦକ ବୁଦ୍ଧିଆ ଭୂତିଆ, ଗଣମାଧ୍ୟମ ପ୍ରତିନିଧି ଭାଗିରଥୀ ମହାପାତ୍ର, ତପନ କୁମାର ମହାରଣା, ବାବୁନି ସ୍ୱାଇଁ, ମନୋଜ ମହାପାତ୍ର, ପ୍ରଦୀପ ମହାରଣା, ସମାଜସେବୀ କ୍ଷୀରୋଦ ସାହୁ, ଶିକ୍ଷାବିତ୍ ବିଭୂତିଭୂଷଣ ମିଶ୍ର, ସୁଲେଖ ସେଠୀ, ରାଜ୍ୟ ଟ୍ରକ ମାଲିକ ସଂଘ ଉପସଭାପତି ଦିଲ୍ଲୀପ କୁମାର ପାଣି, ରାମଚନ୍ଦ୍ର ଭୂତିଆ, ଲୁଲୁ ରାଉତ, ବଳରାମ କୁଣ୍ଡ, ଏସ ମହାପାତ୍ର, ଗୋବିନ୍ଦ ଭୁତିଆ, ବୁବୁ ସାହୁ ,ବିଜେପି ନେତା ପ୍ରକାଶ ମହାରଣା, ପୌରସଂସ୍ଥା ପକ୍ଷରୁ ଚିତ୍ତରଞ୍ଜନ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଶ୍ରାଦ୍ଧ ଉତ୍ସବରେ ସିଟିଜେନ୍ ଫୋରମର ସଂଯୋଜକ ଜିତେନ୍ଦ୍ର ମହାପାତ୍ର, ସାମ୍ବାଦିକ ଦେବୀ ମିଶ୍ରଙ୍କ ସମେତ ବଜାର କମିଟିର ସଦସ୍ୟବୃନ୍ଦ, ବିଭିନ୍ନ ରାଜନୈତିକ ଦଳର ନେତୃମଣ୍ଡଳୀ ପୁଷ୍ପମାଲ୍ୟ ଅର୍ପଣ କରି ସ୍ୱର୍ଗତ ମିଶ୍ରଙ୍କ ଜୀବନ ଦର୍ଶନ ଉପରେ ଆଲୋକପାତ କରିଥିଲେ। ସେହିପରି ହାଟତୋଟା ସ୍ଥିତ ପ୍ରେସ୍‌କ୍ଲବ୍ ଠାରେ ଅନୁଷ୍ଠିତ ସ୍ମୃତି ସଭାରେ ଗଣମାଧ୍ୟମର ପ୍ରତିନିଧିମାନେ ଯୋଗଦେଇ ସ୍ୱର୍ଗତ ମିଶ୍ରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ସ୍ମୃତିଚାରଣ କରିଥିଲେ। ସଂଘର ସଭାପତି ପୂର୍ଣ୍ଣଚନ୍ଦ୍ର ସାହୁ, ସାଧାରଣ ସମ୍ପାଦକ ଡ. ରଶ୍ମିରଞ୍ଜନ ମିଶ୍ର, ଉପସଭାପତି ଦେବୀ ମିଶ୍ର, ବିଜୟ କୁମାର ଦେବତା, ପ୍ରିୟମାଧବ ଦାସ, ଗିରିଶ ସାମଲ, ରବିନ୍ଦ୍ର ମହାରଣା, ବୁବୁ ସାହୁ, ଚିତ୍ତରଞ୍ଜନ ପାଣି ପ୍ରମୁଖ ଉପସ୍ଥିତ ଥିଲେ।