ଅନ୍ୟାନ୍ୟ

ଦିବ୍ୟ ଦର୍ଶନ ଜ୍ଞାନ ମନ୍ଦିରର ୧୨ ତମ ପ୍ରତିଷ୍ଠା ଦିବସ ଆୟୋଜିତ

By Angul TV Bureau

November 11, 2024

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ବୁଢ଼ାପଙ୍କ ଗ୍ରାମ ନୂଆସାହି ଦିବ୍ୟଦର୍ଶନ ଜ୍ଞାନ ମନ୍ଦିରର ୧୨ ତମ ପ୍ରତିଷ୍ଠା ଦିବସ ତଥା ଦୀକ୍ଷା ବାର୍ଷିକ ଅବସରରେ ନଗର ସଂକୀର୍ତ୍ତନ ମହାସମାରୋହରେ ପାଳିତ ହୋଇଛି। ଏହି ଅବସରରେ ଦୀକ୍ଷିତ ଗୁରୁ ଭାଇ ଓ ଭଉଣୀ ମାନେ ସକାଳୁ ଜ୍ଞାନ ମନ୍ଦିର ପରିସରକୁ ପରିଷ୍କାର ପରିଚ୍ଛନ୍ନ କରିବା ସହ ସଜାଇଥିଲେ। ଅପରାହ୍ନରେ ଗୁରୁ ଭାଇ ମାନେ ଆସି ନୂତନ ଭାବେ ଶତାଧିକ ଗୁରୁ ଭାଇ ଭଉଣୀଙ୍କୁ ଗୁରୁ ଶ୍ରୀ ଶ୍ରୀ ଅର୍ଜୁନଙ୍କ ଦୀକ୍ଷା ପ୍ରଦାନ କରିଥିଲେ। ଦୀକ୍ଷା ଗ୍ରହଣ ସମାପ୍ତ ପରେ ନଗର କୀର୍ତ୍ତନ ଓ ସଙ୍କୀର୍ତ୍ତନ ଅନୁଷ୍ଠିତ ହୋଇଥିଲା। ଶେଷରେ ପ୍ରସାଦ ସେବନ ପରେ ଦୀକ୍ଷା ବାର୍ଷିକ ଉତ୍ସବ ସମାପନ ହୋଇଥିଲା।

କାର୍ଯ୍ୟକ୍ରମରେ ରବିନ୍ଦ୍ର ମହାନ୍ତି ସଭାପତି, ହେମନ୍ତ କୁମାର ସାହୁ ସଭ୍ୟ ସେଣ୍ଟ୍ରାଲ କମିଟି, ଡଃ. ରଞ୍ଜିତ ସାହୁ, ସମ୍ପଦ ମଙ୍ଗରାଜ, ନମିତା ଭଉଣୀ, ନଳିନୀ ଭଉଣୀ, ଗୋପିନାଥ ଭାଇ, ବଳରାମ ପ୍ରସାଦ, ସୁବାଷ ଭାଇ, ମଙ୍ଗୁଳୁ ଭାଇ, ମନ୍ଦୋଦରୀ ଭଉଣୀ, ଅନୁପମା ଭଉଣୀ ଓ ପଙ୍କଜ ଭାଇ ପ୍ରମୁଖ ଉପସ୍ଥିତ ଥିଲେ।