ଘଟଣା ଓ ଦୁର୍ଘଟଣା

ଗାଡ଼ି ଟାଙ୍କି ତାଡ଼ି ଡିଜେଲ ଚୋରି ଅଭିଯୋଗ, ଜଣେ ଗିରଫ

By Angul TV Bureau

December 03, 2024

ଅନୁଗୁଳ: ଅନୁଗୁଳ ଜିଲ୍ଲା ରେଙ୍ଗାଳି ଥାନା ବଜ୍ରକୋଟ ଗାଁରେ ଡିଜେଲ ଚୋରି ଅଭିଯୋଗରେ ପୋଲିସ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ସେହି ଗାଁର ଚନ୍ଦ୍ରକାନ୍ତ ବେହେରା (୨୩)।

ସୂଚନା ମୁତାବକ, ବଜ୍ରକୋଟ ଗାଁର ଅରବିନ୍ଦ ସାହୁ ନିଜ ବାରଚକିଆ ଗାଡ଼ିକୁ ଘର ସାମ୍ନାରେ ରଖିଥିଲେ। ଗତ ରବିବାର ରାତିରେ ତାଙ୍କ ଗାଡ଼ି ଟାଙ୍କି ତାଡ଼ି ଡିଜେଲ ଚୋରି ହୋଇଥିବା ନେଇ ରେଙ୍ଗାଳି ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ପରେ ରେଙ୍ଗାଳି ପୋଲିସ ଘଟଣାସ୍ଥଳରେ ଯାଇ ତଦନ୍ତ କରିବା ପରେ ସେହି ଗାଁର ଚନ୍ଦ୍ରକାନ୍ତ ବେହେରାକୁ ଥାନାକୁ ଆଣି ପଚରାଉଚରା କରିଥିଲା।

ପରେ ସେ ଚୋରି କରିଥିବା ନେଇ ସ୍ୱୀକାର କରିବା ସହ ଚୋରି କରି ଲୁଚାଇଥିବା ଡିଜେଲ ପୋଲିସକୁ ଦେଖାଇଥିଲା। ଚୋରି ଡିଜେଲକୁ ଜବତ କରିବା ପରେ ଅଭିଯୁକ୍ତ ଚନ୍ଦ୍ରକାନ୍ତକୁ ଆଜି କୋର୍ଟ ଚାଲାଣ କରିଛି। ଏ ନେଇ ରେଙ୍ଗାଳି ଥାନା ଆଇଆଇସି ଜୟନ୍ତ କୁମାର ମହାନ୍ତି ସୂଚନା ଦେଇଛନ୍ତି।