ଅନୁଗୋଳ: ଅନୁଗୋଳ ଜିଲ୍ଲା ପୋଲିସ କାର୍ଯ୍ୟାଳୟ (ଡିପିଓ) ପରିସରରେ ନବନିଯୁକ୍ତ ସବ୍-ଇନ୍ସପେକ୍ଟର (ଏସ୍ଆଇ)ମାନଙ୍କ ସହ ଆଶିଷ ସିଂହ ଏନ୍ସିଆର୍ ତାଳଚେର ଡିଆଇଜି ଓ ଅନୁଗୋଳ ଏସ୍ପି ରାହୁଲ ଜୈନଙ୍କ ଏକ ଆଲୋଚନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।
ଏହି ଆଲୋଚନାରେ ପେଶାଦାର ପୋଲିସିଂ, କ୍ଷେତ୍ରସ୍ତରରେ ସମ୍ମୁଖୀନ ହେଉଥିବା ଚ୍ୟାଲେଞ୍ଜ, ତଦନ୍ତ ପ୍ରକ୍ରିୟା, ନେତୃତ୍ୱ ଦକ୍ଷତା, ଶୃଙ୍ଖଳା ଓ ନିଜ ଦାୟିତ୍ୱକୁ ଦକ୍ଷତାର ସହ ତୁଲାଇବା ଉପରେ ଗୁରୁତ୍ୱ ଦିଆଯାଇଥିଲା।
ନବନିଯୁକ୍ତ ଏସ୍ଆଇମାନେ ମଧ୍ୟ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଆଲୋଚନା କରି ନିଜ ମତାମତ ଓ ବିଭିନ୍ନ ପ୍ରଶ୍ନ ଉପସ୍ଥାପନ କରିଥିଲେ। କ୍ଷେତ୍ରସ୍ତରରେ ପୋଲିସିଂର ବ୍ୟବହାରିକ ଦିଗ, କାର୍ଯ୍ୟପ୍ରଣାଳୀ ଓ ଲୋକକେନ୍ଦ୍ରିକ ପୁଲିସ ସେବା ସମ୍ପର୍କରେ ଅଧିକ ସ୍ପଷ୍ଟ ଧାରଣା ସୃଷ୍ଟି କରିବା ଏହି ଆଲୋଚନାର ମୁଖ୍ୟ ଉଦ୍ଦେଶ୍ୟ ଥିଲା।
ଏହି କାର୍ଯ୍ୟକ୍ରମ ନବନିଯୁକ୍ତ ଅଧିକାରୀମାନଙ୍କ ପେଶାଦାର ଦକ୍ଷତା, କାର୍ଯ୍ୟକ୍ଷେତ୍ର ସମ୍ପର୍କିତ ଅନୁଭୂତି ଓ ଲୋକଙ୍କ ପ୍ରତି ଉତ୍ତରଦାୟୀ ମନୋଭାବକୁ ଆହୁରି ସୁଦୃଢ଼ କରିବାରେ ସହାୟକ ହୋଇଛି।