ଅନ୍ୟାନ୍ୟ

ବସୁଧାର ଉପଦେଷ୍ଟା ଭାବେ ଦାୟିତ୍ୱ ନେବା ପରେ ସ୍ବାଧୀନତା ସଂଗ୍ରାମୀ ଓ ମହାପୁରୁଷଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ଜିଲ୍ଲା ଯୁବ ସଭାପତି ଦିନେଶ ପ୍ରଧାନ

By Angul TV Bureau

January 13, 2023

ଅନୁଗୁଳ: ବସୁଧାର ଉପଦେଷ୍ଟା ଭାବେ ଦାୟିତ୍ୱ ନେବା ପରେ ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ଦିନେଶ ପ୍ରଧାନ ଆଜି ଅନୁଗୁଳ ନିର୍ବାଚନ ମଣ୍ଡଳୀ ଓ ବିଜୁ ଯୁବ ଜନତା ଦଳର କର୍ମକର୍ତ୍ତାଙ୍କ ସହ ଅନୁଗୁଳର ଅଧୀଷ୍ଠାତ୍ରୀ ଦେବୀ ମା ବୁଢ଼ୀ ଠାକୁରାଣୀଙ୍କୁ ଦର୍ଶନ କରିଛନ୍ତି। ଏହା ପରେ ସେ ମ୍ୟୁନିସିପାଲିଟିରେ ଥିବା ମହାପୁରୁଷ ଓ ସ୍ବାଧୀନତା ସଂଗ୍ରାମୀଙ୍କ ପ୍ରତିମୂର୍ତ୍ତି ନିକଟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସେ ପ୍ରଥମେ ବିଜୁ ମଇଦାନ ଠାରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ, ଗାନ୍ଧି ପାର୍କରେ ଜାତିର ପିତା ମହାତ୍ମାଗାନ୍ଧି, ସମାଜ କାର୍ଯ୍ୟାଳୟରେ ଉତ୍କଳମଣି ଗୋପବନ୍ଧୁ ଦାସ, ଶିଶୁ ଉଦ୍ୟାନରେ ଉତ୍କଳ ଗୌରବ ମଧୁସୂଦନ ଦାସ ଓ ରାଜା ଛକ ଠାରେ ଥିବା ସମସ୍ତ ମହାପୁରୁଷ, ସ୍ବାଧୀନତା ସଂଗ୍ରାମୀ ଓ ଅନୁଗୁଳର ଶେଷ ରାଜା ସୋମନାଥ ସିଂ ଜଗଦେବଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ବିଜୁ ଯୁବ ଜନତା ଦଳର ରାଜ୍ୟ ଯୁଗ୍ମ ସମ୍ପାଦକ ଚନ୍ଦ୍ରକାନ୍ତ ପ୍ରଧାନ, ସାଂସଦଙ୍କ ପ୍ରତିନିଧି ନରେଶ ଚନ୍ଦ୍ର ବେହେରା, ବିଜେଡି ବରିଷ୍ଠ ନେତା କୃପାସିନ୍ଧୁ ସାହୁ, ସଞ୍ଜୟ ପ୍ରଧାନ, ଯୁବ ବିଜେଡି ନେତା ଗଣେଶ୍ବର ସାହୁ, କିଶୋର କୁମାର ସାହୁ, ରମାକାନ୍ତ ସାହୁ, ଅଭୟ ସେଠୀ, କର୍ଣ୍ଣ ଗୋଛାୟତ, ମଦନମୋହନ ମିଶ୍ର, ସଞ୍ଜିବ ସାହୁ, ବିଶ୍ବମ୍ବର ଖୁଣ୍ଟିଆ, ସୌରଭ ବେହେରା, ରଞ୍ଜିତ ସାହୁ, ପ୍ରଶାନ୍ତ ଦେହୁରୀ ତଥା ବିଜୁ ଯୁବ ଜନତା ଦଳର ଶତାଧିକ କର୍ମକର୍ତ୍ତା ସାମିଲ ହୋଇଥିଲେ।