ଅନ୍ୟାନ୍ୟ

ମହନାୟକଙ୍କୁ ଶେଷ ବିଦାୟ: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ଅନୁଗୁଳ ଜିଲ୍ଲା କଂଗ୍ରେସ କର୍ମକର୍ତ୍ତା

By Angul TV Bureau

December 28, 2024

ଅନୁଗୁଳ: ସ୍ଥାନୀୟ କଂଗ୍ରେସ ଭବନଠାରେ ଜିଲ୍ଲା କଂଗ୍ରେସ ସଭାପତି ଅମ୍ବିକା ପ୍ରସାଦ ଭଟ୍ଟଙ୍କ ଅଧ୍ୟକ୍ଷତାରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ, ବିଶିଷ୍ଟ ଅର୍ଥନୈତିକ ବିଶାରଦ ସ୍ବର୍ଗତ ମନମୋହନ ସିଂହଙ୍କ ବିୟୋଗରେ ଏକ ଶୋକସଭା ଅନୁଷ୍ଠିତ ହୋଇଛି। ପ୍ରଥମେ ସ୍ବର୍ଗତ ସିଂହଙ୍କ ତୈଳଚିତ୍ରରେ ମାଲ୍ୟାର୍ପଣ କରିବା ପରେ ସମସ୍ତ ଉପସ୍ଥିତ କଂଗ୍ରେସ ନେତା ସ୍ବର୍ଗତ ଆତ୍ମାର ସଦଗତି ପାଇଁ ଦୁଇ ମିନିଟ ନିରବ ପ୍ରାର୍ଥନା କରିଥିଲେ।

ଅନ୍ୟ ମାନଙ୍କ ମଧ୍ୟରେ ତାଳଚେର ବିଧାୟକ ପ୍ରାର୍ଥୀ ପ୍ରଫୁଲ୍ଲ ଦାସ, ମୁଖପାତ୍ର ଗୋପାଳ ଚନ୍ଦ୍ର ନାଥ, ଗୋବିନ୍ଦ ନାଏକ, ଉମେଶ ଚନ୍ଦ୍ର ସାହୁ, ସହଦେବ ବେହେରା, ରାକେଶ ମିଶ୍ର, ତ୍ରିଲୋଚନ ସାହୁ, ଶିଶିର ପାଳ, ପ୍ରମୋଦ ସାହୁ, ଦୁର୍ଗା ଶତପଥୀ, ବୁଦ୍ଧଦେବ ସାମଲ, ସନ୍ତୋଷ ବେହେରା, ପ୍ରଶାନ୍ତ ତ୍ରିପାଠୀ, ଗଗନ ବାଘ, ବନବିହାରୀ ପ୍ରଧାନ, ପିତବାସ ସାହୁ, ଟୁଟୁ ମହାନ୍ତି, ସନତ ପ୍ରଧାନ ପ୍ରମୁଖ ଶତାଧିକ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ।