ବଇଣ୍ଡା: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ତିତିରାକଟା ଗ୍ରାମର ୭୦ ପ୍ରତିଶତ ଭିନ୍ନକ୍ଷମ ମହିଳା ନୀଳାବତୀ ସାହୁଙ୍କୁ ପ୍ରଶାସନ ପକ୍ଷରୁ ଭିନ୍ନକ୍ଷମ ସାଇକେଲ ଯୋଗାଇ ଦିଆଯାଇନାହିଁ। ଦୀର୍ଘ ବର୍ଷ ଧରି ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ପର୍ଯ୍ୟନ୍ତ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବାରୁ ବୁଧବାର ସେ ଅନୁଗୁଳ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି।
ଅଭିଯୋଗରେ ନୀଳାବତୀ ଉଲ୍ଲେଖ କରିଛନ୍ତି ଯେ, ସେ ଚାଲିପାରୁନଥିବାରୁ ସାଇକେଲ ନଥିବା ଯୋଗୁଁ କୌଣସି ସ୍ଥାନକୁ ଯାଇପାରୁନାହାନ୍ତି ଏବଂ ସବୁବେଳେ ଗୋଟିଏ ଚେୟାରରେ ବସି ରହୁଛନ୍ତି। ତୁରନ୍ତ ଏହା ପ୍ରତି ଦୃଷ୍ଟି ଦେବାକୁ ସେ ନିବେଦନ କରିଛନ୍ତି।ଏ ନେଇ ଆଠମଲ୍ଲିକ ବିଡିଓ ଟିଟସ ମହାନନ୍ଦିଆ କହିଛନ୍ତି ଯେ, ଏହି ବିଷୟରେ ବ୍ଲକ ପ୍ରଶାସନ ପକ୍ଷରୁ ଦୃଷ୍ଟି ଦିଆଯିବ।