ମୁଖ୍ୟ ଖବର

ଜିଲ୍ଲା ସ୍ତରୀୟ ବିପର୍ଯ୍ୟୟ ପ୍ରଶମନ ସମ୍ବନ୍ଧୀୟ ଦକ୍ଷତା ବିକାଶ ତାଲିମକର୍ମଶାଳା

By Angul TV Bureau

August 01, 2025

ଅନୁଗୁଳ: ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ଏକ ଜିଲ୍ଲା ସ୍ତରୀୟ ୨ ଦିନିଆ ବିପର୍ଯ୍ୟୟ ପ୍ରଶମନ ସମ୍ବନ୍ଧୀୟ ଦକ୍ଷତା ବିକାଶ ତାଲିମ କର୍ମଶାଳା ଆଜି ପୂର୍ବାହ୍ନରେ ଜିଲ୍ଲା ପଞ୍ଚାୟତ ସାଧନ କେନ୍ଦ୍ର ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଅବଦାଲ୍ ମୁହମ୍ମଦ୍ ଅଖତର ଯୋଗ ଦେଇ ବିପର୍ଯ୍ୟୟ ସମୟରେ ଗ୍ରାମ ପଞ୍ଚାୟତର ଭୂମିକା, ଦାୟିତ୍ବ ଏବଂ କାର୍ଯ୍ୟକାରିତା ସମ୍ବନ୍ଧରେ ଆଲୋକପାତ କରିଥିଲେ।

ଏହି କର୍ମଶାଳା ୨ ଦିନ ଧରି ୫ ଟି ପର୍ଯ୍ୟାୟରେ ଚାଲୁରହିବ। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ର(ରାଜସ୍ବ), ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟ(ସାଧାରଣ), ଜିଲ୍ଲା ପଞ୍ଚାୟତ ଅଧିକାରିଣୀ ଚିନ୍ମୟୀ ସାମନ୍ତରାୟଙ୍କ ସମେତ ସ୍ବେଛାସେବୀ ସଂଗଠନରବପ୍ରଶିକ୍ଷକ ଏବଂ ୪୦ ଜଣ ପଞ୍ଚାୟତ ନିର୍ବାହୀ ଅଧିକାରୀ ଯୋଗ ଦେଇଥିଲେ । ଏହି କର୍ମଶାଳାକୁ ଜିଲ୍ଲା ଆପାତକାଳିନ ଅଧିକାରୀ ଶୁଭେନ୍ଦୁ କୁମାର ଜେନା ପରିଚାଳନା କରିଥିଲେ ।