ଅନୁଗୁଳ: ଅନୁଗୁଳ ସହର ନିକଟବର୍ତ୍ତୀ କୁମଣ୍ଡ ଗାଁ କେନାଲ ରୋଡରେ ଜଣେ ବ୍ୟକ୍ତି ତାଙ୍କ ଘରେ ପାକିସ୍ଥାନୀ ପତାକା ଉଡାଉ ଥିବା ନେଇ ଆଜି ଚର୍ଚ୍ଚା ହୋଇଥିଲା। ତେବେ କିଛି ପାଖ ପିଲା ଏହାର ଫଟୋ ଉଠାଇବାରୁ ବ୍ୟକ୍ତି ଜଣକ ପତାକା କାଢି ନେଇଥିଲେ।ତେବେ ଅନୁସନ୍ଧାନରୁ ଜଣା ପଡ଼ିଛି ଉକ୍ତ ପତାକା ପାକିସ୍ଥାନ ଜାତୀୟ ପତାକା ଭଳି ଦିଶୁଥିବା ଏକ ଧର୍ମୀୟ ପତାକା।ତେବେ ଉକ୍ତ ମୁସଲିମ ବ୍ୟକ୍ତି ଗାଁରେ ସରକାରୀ ଯାଗାରେରହୁଛନ୍ତି।
ଏଥିନେଇ ଆମେ ଗାଁ କମିଟିର ଜଣେ ବରିଷ୍ଠ ସଭ୍ୟ କୁଶ ଦେହୁରୀଙ୍କୁ ପଚାରିବାରୁ ସେ କହିଲେ ଗାଁ କମିଟିରେ ନିଷ୍ପତ୍ତି ହୋଇଛି। ଜବର ଦଖଲ କରି ଗାଁରେ ରହୁଥିବା ବ୍ୟକ୍ତିବିଶେଷଙ୍କୁ ପର୍ଯ୍ୟାୟ କ୍ରମେ ଉଚ୍ଛେଦ କରାଯିବ। ଏହି କ୍ରମରେ ଉକ୍ତ ବ୍ୟକ୍ତିଙ୍କୁ ଅକ୍ଟୋବର ୩୦ ସୁଦ୍ଧା ଘର ଖାଲି କରିବାକୁ କୁହା ଯାଉଚି। କିନ୍ତୁ ପତାକା ସମ୍ପର୍କରେ ସେ କିଛି ଜାଣି ନାହାନ୍ତି ବୋଲି କହିଥିଲେ।