ଘଟଣା ଓ ଦୁର୍ଘଟଣା

ଗ୍ରାମବାସୀଙ୍କ ନିଷ୍ପତ୍ତିକୁ ଅବମାନନା କରି ହଟହଟା ହେଲେ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ, ଅଧାରୁ ବନ୍ଦ ହେଲା ବୈଠକ

By Angul TV Bureau

June 18, 2022

ଅନୁଗୁଳ: ସ୍ଥାନୀୟ ଛେଣ୍ଡିପଦା ବ୍ଲକ ଷଣ୍ଢପାଳ ଅଙ୍ଗନୱାଡି ସହାୟିକା ଚୟନ ପାଇଁ ଆଜି ମହିଳାଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଗ୍ରାମବାସୀଙ୍କୁ ଅବମାନନା କରି ଏହି କାର୍ଯ୍ୟକ୍ରମ କରିଥିବାରୁ ସମନ୍ୱିତ ଶିଶୁ ପ୍ରକଳ୍ପ ଅଧିକାରିଣୀ ହଟହଟା ହୋଇଛନ୍ତି।

ସୂଚନା ଅନୁଯାୟୀ, ଷଣ୍ଢପାଳ ଅଙ୍ଗନୱାଡି କେନ୍ଦ୍ରରେ ସହାୟିକା ପଦ ଖାଲି ଥିବାରୁ ପଦ ପୂରଣ ପାଇଁ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ପକ୍ଷରୁ ଏକ ନୋଟିସ ଜାରି କରାଯାଇଥିଲା। ଏହି ନୋଟିସ ହିସାବରେ ଗାଁରେ ୫ ଜଣ ମହିଳା ସହାୟିକା ପଦବୀ ପାଇଁ ଆବେଦନ କରିଥିଲେ। ଏଣୁ ସର୍ବସମ୍ମତି କ୍ରମେ ଜଣେ ମହିଳାଙ୍କୁ ସହାୟିକା ପଦବୀ ଦେବାକୁ ଗାଁ ଲୋକେ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟକୁ ଲିଖିତ ଭାବେ ଜଣାଇଥିଲେ। ମାତ୍ର ଏହାକୁ ଅବମାନନା କରି ଆଜି ମହିଳାଙ୍କ ବୈଠକ ଅନୁଷ୍ଠିତ ହେଲା। ଯାହାକୁ ଗ୍ରାମବାସୀ ବିରୋଧ କରିଥିଲେ। ପରେ ସ୍ଥିତି ଉଦବେଗଜନକ ହେବାରୁ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ବୈଠକ ସ୍ଥଗିତ କରି ଚାଲିଯାଇଥିଲେ।