ମୁଖ୍ୟ ଖବର

ମେମ୍ବରସିପ୍‌ ହସ୍ତାନ୍ତରକୁ ନେଇ ବିବାଦ, ନାଲକୋରେ ଧାରଣା

By Angul TV Bureau

October 26, 2026

ମେମ୍ବରସିପ୍‌ ହସ୍ତାନ୍ତରକୁ ନେଇ ନାଲକୋ ଶିଳ୍ପାଞ୍ଚଳରେ ଦେଖାଦେଇଛି ବିବାଦ। ନିଜ ସଂଘର ୨୭ଟି ମେମ୍ବରସିପ୍‌ ଅନ୍ୟ ଏକ ସଂଘକୁ ହସ୍ତାନ୍ତର କରାଯାଇଥିବା ଅଭିଯୋଗ କରି ନାଲକୋ ଶିଳ୍ପାଞ୍ଚଳ ଟିପର ଓନର ୱେଲଫେୟାର ଆସୋସିଏସନ୍‌ର କର୍ମକର୍ତ୍ତାମାନେ ସିପିପି ମେଟେରିଆଲ ଗେଟ୍‌ ସମ୍ମୁଖରେ ଧାରଣା ଦେଇଛନ୍ତି। ମେମ୍ବରସିପ୍‌ ଫେରସ୍ତ ନହେବା ପର୍ଯ୍ୟନ୍ତ ସେମାନେ ନିଜ ଦାବିରେ ଅଟଳ ରହିଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ନାଲକୋ ଶିଳ୍ପାଞ୍ଚଳରେ ତିନୋଟି ଟ୍ରକ୍‌ ଓନର ଆସୋସିଏସନ୍‌ ରହିଛି। ପୂର୍ବରୁ ଏହି ସଂଘଗୁଡ଼ିକର ମେମ୍ବରସିପ୍‌ ନିୟମିତ ଅପ୍‌ଡେଟ୍‌ ହେଉଥିବାରୁ ଗାଡ଼ି ଚଳାଚଳରେ ବିଶେଷ ସମସ୍ୟା ହେଉନଥିଲା। ତେବେ ଗତ କିଛି ଦିନ ଧରି ମେମ୍ବରସିପ୍‌ ଅପ୍‌ଡେଟ୍‌ ନହେବାରୁ ଏହାକୁ ନେଇ ବିବାଦ ଉପୁଜିଛି।ଆନ୍ଦୋଳନକାରୀ ସଂଘର ଅଭିଯୋଗ ଅନୁସାରେ, ପୂର୍ବରୁ ସେମାନଙ୍କ ସଂଘରେ ୩୫ଟି ମେମ୍ବରସିପ୍‌ ଥିବାବେଳେ ବର୍ତ୍ତମାନ ଏହା ୮କୁ ହ୍ରାସ ପାଇଛି। ଅବଶିଷ୍ଟ ୨୭ଟି ମେମ୍ବରସିପ୍‌କୁ ନାଲକୋ ପେରିଫେରୀ ଆସୋସିଏସନ୍‌ ଚଞ୍ଚକତା କରି ନିଜ ନାମରେ କରାଇ ନେଇଥିବା ସେମାନେ ଅଭିଯୋଗ କରିଛନ୍ତି।

ଏହି ଘଟଣାର ପ୍ରତିବାଦ କରି ସଂଘର କର୍ମକର୍ତ୍ତାମାନେ ନିଜର ୨୭ଟି ମେମ୍ବରସିପ୍‌ ଫେରାଇବା ଦାବିରେ ଧାରଣା ଜାରି ରଖିଛନ୍ତି। ଏହି ବିବାଦର ସମାଧାନ କେବେ ହେବ ଏବଂ ସେମାନଙ୍କ ଦାବି ପୂରଣ ହେବ କି ନାହିଁ, ତାହା ଏବେ ଦେଖିବାକୁ ବାକି ରହିଲା।