ଅନ୍ୟାନ୍ୟ

ବିଧାୟକ ଜଗଦ୍ଦେବଙ୍କୁ ବିରୋଧ: ତହସିଲ ଅଫିସ ସାମ୍ନାରେ ଧାରଣା ଦେଲା ବିଜେପି

By Biswaranjan Pattnaik

March 14, 2022

ଅନୁଗୁଳ: ଶୋଭାଯାତ୍ରା ବେଳେ ଲୋକଙ୍କ ଉପରେ ଗାଡ଼ି ମଡ଼ାଇ ଦେଇଥିବା ବାଣପୁର ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ବିରୋଧ କରି ସ୍ଥାନୀୟ ତହସିଲ ଅଫିସ ସାମ୍ନାରେ ଜିଲ୍ଲା ବିଜେପି ପକ୍ଷରୁ ଧାରଣା ଦିଆଯାଇଛି। ସୋମବାର ସକାଳ ୧୧ ଟାରୁ ଦିନ ୧୨ ଟା ଯାଏଁ ବିଜେପି କର୍ମୀମାନେ ଧାରଣାରେ ବସିଥିଲେ। ପ୍ରଶାନ୍ତ ଜଗଦ୍ଦେବଙ୍କ ଏହି ଆଚରଣ ଅତ୍ୟନ୍ତ ଅମାନୁଷିକ ଓ ନୃଶଂସ ହୋଇଥିବାରୁ ଏହାକୁ ସମସ୍ତେ କଡା ନିନ୍ଦା କରିଥିଲେ।ବିଜେପି ଜିଲ୍ଲା ସଭାପତି ଦିଲେଶ୍ୱର ପ୍ରଧାନଙ୍କ ନେତୃତ୍ୱରେ ଆୟୋଜିତ ଏହି ସତ୍ୟାଗ୍ରହରେ ପୂର୍ବତନ ସାଂସଦ ରୁଦ୍ର ପାଣି, ଯୁବ ନେତା ସୁନୀଲ ସାହୁ, ଦିଲ୍ଲୀପ ଦାସ, ରାଜେଶ ସକସେରିଆ, କଲ୍ଲୋଳକାନ୍ତ ସାହୁଙ୍କ ସମେତ ଅନ୍ୟ କର୍ମୀମାନେ ଯୋଗ ଦେଇଥିଲେ। ସୂଚନାଯୋଗ୍ୟ ଯେ ରାଜ୍ୟ ବିଜେପି ପକ୍ଷରୁ ଏବେ ସାରା ରାଜ୍ୟରେ ସତ୍ୟାଗ୍ରହ କରାଯାଉଛି।