ଅନୁଗୁଳ: ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଜି ସକାଳୁ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଜୟ ଭାରତ ସତ୍ୟାଗ୍ରହ ଏବଂ ବିକ୍ଷୋଭ ସମାବେଶ ଆୟୋଜିତ ହୋଇଛି।
ସୂଚନାଯୋଗ୍ୟ, ଜିଲ୍ଲା କଂଗ୍ରେସ କମିଟିର ସଭାପତି ବିପ୍ଳବ ଜେନାଙ୍କ ନେତୃତ୍ଵରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଜନ ବିରୋଧୀ ସରକାରଙ୍କର କବଳରୁ ଗଣତନ୍ତ୍ର ଓ ଗଣତାନ୍ତ୍ରିକ ଅନୁଷ୍ଠାନ ଏବଂ ସମ୍ବିଧାନର ସୁରକ୍ଷା ତଥା ଦେଶ ବଞ୍ଚାଅ ଦାବିରେ ଆଜି ଏହି ସତ୍ୟାଗ୍ରହ ଏବଂ ବିକ୍ଷୋଭ ସମାବେଶ କରାଯାଇଥିଲା।
ଏହି ବିକ୍ଷୋଭରେ ଏଆଇସିସି ସେକ୍ରେଟାରୀ ମହିଳା କଂଗ୍ରେସ ସସ୍ମିତା ବେହେରା, ଜିଲ୍ଲା ମହିଳା କଂଗ୍ରେସ ସଭାପତି ତପସ୍ୱିନୀ ବିଶ୍ଵାଳ, ଆଇଏନଟିୟୁସି ଜିଲ୍ଲା ସଭାପତି ଦିଗମ୍ବର ଗଡନାୟକ, ପିସିସି ସଭ୍ଯ ଜୟନ୍ତ କୁମାର ସାହୁ, ଜିଲ୍ଲା ଓବିସି ସେଲ ସଭାପତି ପ୍ରବୋଧ କୁମାର ସ୍ଵାଇଁ, ବଅଁରପାଳ ବ୍ଲକ ସଭାପତି ବିନୋଦ ମାଝୀ, ଟିକନ ବେହେରା, ଜିଲ୍ଲା ଏସି ସେଲ ସଭାପତି ନୀଳକଣ୍ଠ ନାଏକ, ରାକେଶ ମିଶ୍ରଙ୍କ ସମେତ ଜିଲ୍ଲାର ସମସ୍ତ କଂଗ୍ରେସ କର୍ମକର୍ତ୍ତା ଉପସ୍ଥିତ ଥିଲେ।