ମୁଖ୍ୟ ଖବର

ମେଡିକାଲରେ ଔଷଧ କେଲେଙ୍କାରୀ ନେଇ ବର୍ଷିଲା କଂଗ୍ରେସ

By Biswaranjan Pattnaik

September 20, 2021

ଅନୁଗୁଳ: ରବିବାର ସନ୍ଧ୍ୟାରେ ଅନୁଗୁଳ ମେଡିକାଲ ପରିସରରେ ପୁରୁଣା କ୍ୱାର୍ଟର ଭଙ୍ଗାଯାଉଥିବାବେଳେ ଗୋଟିଏ ପରିତ୍ୟକ୍ତ କ୍ୱାର୍ଟର ରୁ ଲକ୍ଷ ଲକ୍ଷ ଟଙ୍କାର ଆଇରନ ଏବଂ ଭିଟାମିନ ସିରପ ବାହାରିବା ଅନେକଙ୍କୁ ତାଜୁବ କରିଥିଲା ।ଗରିବ ଶିଶୁଙ୍କୁ ମାଗଣାରେ ଦିଆଯିବାକୁ ଥିବା ଏହି ବିପୁଳ ପରିମାଣର ଔଷଧକୁ କିଏ କାହିଁକି ରଖିଥିଲା ତାହା ରହସ୍ୟରେ ରହିଛି । କଂଗ୍ରେସ ଭବନରେ ତେଣୁ ଏକ ସାମ୍ବାଦିକ ସମ୍ମିଳନି ରେ ଏହାକୁ ନିନ୍ଦା କରିଛି କଂଗ୍ରେସ। ଜିଲ୍ଲା ଓବିସି ସେଲ ସଭାପତି ଜିତେନ୍ଦ୍ର ସାହୁ ଙ୍କ ସଭାପତିତ୍ୱରେ ସୋମବାର ଆୟୋଜିତ ଏହି ସଭାରେ ସ୍ୱାସ୍ଥ୍ୟ ବିଭାଗର ସ୍ୱଚ୍ଛତା ଉପରେ ପ୍ରଶ୍ନ କରିଛନ୍ତି।ଏହି ଘଟଣାରେ ପୂର୍ବତନ ସ୍ୱାସ୍ଥ୍ୟ ଅଧିକାରୀ ମାନେ ସରକାରୀ ଔଷଧକୁ ଚାପିରଖି ଲୋକ।ଲ ମାର୍କେଟରୁ ଔଷଧ କିଣି କମିଶନି କାରବାରରେ ସମ୍ପୃକ୍ତ ଥିବା ଅଭିଯୋଗ କରିଛନ୍ତି।ଆସନ୍ତା ତିନି ଦିନ ମଧ୍ୟରେ ଏହାର ତଦନ୍ତ ନହେଲେ କଂଗ୍ରେସ ରାଜ ରାସ୍ତାକୁ ଓଲ୍ହାଇବ ବୋଲି ଚେତାବନୀ ଦିଆଯାଇଛି।ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ଆଇନଜୀବୀ ଧର୍ମେନ୍ଦ୍ର ମିଶ୍ର,ନୀଳକଣ୍ଠ ନାୟକ,ଅମୁଲ୍ୟ ବେହେରା,ଗୋପାଳ ନାଥ ପ୍ରମୁଖ ଯୋଗଦାନ କରିଥିଲେ ।