ଅନ୍ୟାନ୍ୟ

ଜିଲ୍ଲାସ୍ତରୀୟ ସ୍କୁଲ ନାଟକ ପ୍ରତିଯୋଗିତା ଅନୁଗୁଳ ହାଇସ୍କୁଲ ପ୍ରଥମ

By Biswaranjan Pattnaik

September 11, 2023

ଅନୁଗୁଳ: କୁମଣ୍ଡ ଜରସିଂହା ଉଚ୍ଚ ବିଦୟାଳୟ ଠାରେ ଜିଲ୍ଲା ସ୍ତରୀୟ ସ୍କୁଲ ନାଟକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଅଜୟ କୁମାର ପାତ୍ର ମୁଖ୍ୟ ଅତିଥି ରୂପେ ଏହାକୁ ଉଦଘାଟନ କରିଥିଲେ। ହରିଶ୍ଚନ୍ଦ୍ର ନାଟକ ଦେଖିବା ପରେ ମୋହନ ଦାସ କରମ୍ ଚାନ୍ଦ ଗାନ୍ଧୀଙ୍କ ହୃଦୟ ବଦଳି ଥିଲା ଏବଂ ସେ ଭଲ ମଣିଷ ହେବାକୁ ନିଷ୍ପତ୍ତି ନେଇଥିଲେ,ଏଣୁ ସମାଜରେ ନାଟକର ପ୍ରଭାବ ଅତି ଗୁରୁତ୍ୱପୂର୍ଣ୍ଣ ବୋଲି ମୁଖ୍ୟ ଅତିଥି କହିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ସ୍କୁଲର ପ୍ରଧାନ ଶିକ୍ଷକ ନିହାର ରଞ୍ଜନ ପ୍ରଧାନ ଯୋଗ ଦେଇଥିଲେ। ବିଚାରକ ଭାବେ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ଭାରତୀ ପଟ୍ଟନାୟକ ଓ ଚିତ୍ର ଶିଳ୍ପୀ ବିଦ୍ୟାଧର ନାୟକ ଯୋଗ ଦେଇଥିଲେ।

ପ୍ରତିଯୋଗିତାରେ ଅନୁଗୁଳ ହାଇସ୍କୁଲ ପ୍ରଥମ,ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ ଦ୍ଵିତୀୟ ଓ ଛେଣ୍ଡିପଦା ଉଚ୍ଚ ବିଦ୍ୟାଳୟ ତୃତୀୟ ସ୍ଥାନ ଅର୍ଜନ କରିଥିଲା।ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ଅମ୍ବୁଜ କୁମାର ଗଡ଼ନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।