ମୁଖ୍ୟ ଖବର

ଜରାସିଂହାରେ ଜିଲ୍ଲାସ୍ତରୀୟ ବିଜ୍ଞାନମେଳା

By Biswaranjan Pattnaik

December 13, 2022

ଅନୁଗୁଳ: ଆଜି ପୂର୍ବାହ୍ନରେ ଜରାସିଂହା ଉଚ୍ଚ ବିଦ୍ୟାଳୟ ଠାରେ ଜିଲ୍ଲା ସ୍ତରୀୟ ବିଜ୍ଞାନ ମେଳା ଆୟୋଜିତ ହୋଇଯାଇଛି। ଜିଲ୍ଲା ଶିକ୍ଷା ଅଧିକାରୀ ନିରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମାରୋହକୁ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଉଦଘାଟନ କରିବା ସହ ବୈଜ୍ଞାନିକ ଚିନ୍ତାଧାରାର ଉନ୍ମେଷ ପାଇଁ ବିଜ୍ଞାନମେଳାର ଆବଶ୍ୟକତା ରହିଛି ବୋଲି ପ୍ରକାଶ କରିଥିଲେ।ମୁଖ୍ୟ ବକ୍ତା ରୂପେ ଦେବଗଡ କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଡା ସୁଜିତ କୁମାର ନାଥ ଯୋଗ ଦେଇ ବିଜ୍ଞାନ ର ଅଗ୍ରଗତି ଯୋଗୁଁ ଦେଶ ର କିଭଳି ବିକାଶ ହେଉଛି ତାହା ବର୍ଣନା କରିଥିଲେ।ଜିଲ୍ଲା ଶିକ୍ଷା ଅଧିକାରୀ ନିରଞ୍ଜନ ସାହୁ ପିଲାଙ୍କ ପ୍ରତିଭାର ବିକାଶ ପାଇଁ ବିଜ୍ଞାନମେଳାର ଗୁରୁ ଭୂମିକା ଉପରେ ଆଲୋକପାତ କରିଥିଲେ।ଅନ୍ୟ ସମ୍ମାନିତ ଅତିଥି ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଅଜୟ କୁମାର ପାତ୍ର,ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ଆମ୍ବୁଜ କୁମାର ଗଡନାୟକ ଓ ଜେଏସପିର ବରିଷ୍ଠ ଅଧିକାରୀ ପୁଷ୍ପଲତା ଶତପଥୀ ପ୍ରମୁଖ ଯୋଗ ଦେଇଥିଲେ। ବିଜ୍ଞାନ ମେଳାରେ ୧୦୬ଟି ପ୍ରେରଣା ପ୍ରକଳ୍ପ ଓ ୫୬ ଟି ଅନ୍ୟାନ୍ୟ ପ୍ରକଳ୍ପ ସ୍ଥାନ ପାଇଥିଲା।ଏହି ପ୍ରକଳ୍ପ ମଧ୍ୟରୁ ରାଜ୍ୟ ସ୍ତରୀୟ ବିଜ୍ଞାନମେଳା ପାଇଁ ପ୍ରକଳ୍ପ ଗୁଡିକୁ ମନୋନୀତ କରଯାଇଥିଲା।