ମୁଖ୍ୟ ଖବର

ଅନୁଗୋଳରେ ୨୬୫୫ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ

By Angul TV Bureau

November 14, 2026

ଅନୁଗୋଳ: ଅନୁଗୋଳ ସ୍ଥାନୀୟ ବିଜୁ ମଇଦାନଠାରେ ଶୁକ୍ରବାର ବ୍ଲକସ୍ତରୀୟ ମଧୁବାବୁ ପେନସନ ଯୋଜନାରେ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଯୋଗଦେଇ ଅନୁଗୋଳ ବ୍ଲକର ୨୬୫୫ ଜଣ ଯୋଗ୍ୟ ହିତାଧିକାରୀଙ୍କୁ ୨୦୦୦ ଟଙ୍କା ଲେଖାଏଁ ସାମାଜିକ ସୁରକ୍ଷା ଭତ୍ତା ପ୍ରଦାନ କରିଥିଲେ।

ଏହି ଅବସରରେ ବରିଷ୍ଠ ନାଗରିକ, ବିଧବା, ଦିବ୍ୟାଙ୍ଗ ଓ ଅସହାୟ ବ୍ୟକ୍ତିଙ୍କୁ ଆର୍ଥିକ ସୁରକ୍ଷା ଯୋଗାଇବା ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ବୋଲି ବିଧାୟକ କହିଥିଲେ। ଯୋଗ୍ୟ ହିତାଧିକାରୀ ଯେପରି ନିୟମିତ ଭତ୍ତା ପାଇବେ, ସେଥିପ୍ରତି ପ୍ରଶାସନ ଯତ୍ନବାନ ହେବାକୁ ସେ ଗୁରୁତ୍ୱ ଦେଇଥିଲେ।

କାର୍ଯ୍ୟକ୍ରମରେ ଢେଙ୍କାନାଳ ସାଂସଦଙ୍କ ପ୍ରତିନିଧି ପ୍ରଭାତ ପ୍ରଧାନ, ସମ୍ବଲପୁର ସାଂସଦଙ୍କ ପ୍ରତିନିଧି ତଥା ଆଇନଜୀବୀ ପ୍ରଦୀପ ପ୍ରଧାନ, ଅନୁଗୋଳ ବିଡିଓ ଡାକ୍ତର ବିଶ୍ୱ ଭୂଷଣ, ସମସ୍ତ ସରପଞ୍ଚ, ସମିତି ସଭ୍ୟସଭ୍ୟା ଓ ବହୁ ହିତାଧିକାରୀ ଉପସ୍ଥିତ ଥିଲେ।