ଅନୁଗୁଳ: ଆଜି ଅନୁଗୁଳ ଟାଇକୋଣ୍ଡୋ ସଂଘର ସମ୍ପାଦକ ଦୁଷ୍ମନ୍ତ କୁମାର ନାଥଙ୍କ ତତ୍ତ୍ୱାବଧାନରେ କେଦାର ଗୌରୀ ଧନ୍ଦାମୂଳକ ଅନ୍ଧ ଆଶ୍ରମର ଅନ୍ତେବାସୀମାନଙ୍କୁ ଶୁଖିଲା ଖାଦ୍ୟ ଓ ବସ୍ତ୍ର ପ୍ରଦାନ କରାଯାଇଛି। ଅନ୍ତେବାସୀଙ୍କୁ ଚାଉଳ, ଚୂଡ଼ା ଆଦି ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ ଅନୁଷ୍ଠାନର ଜାତୀୟ ଖେଳାଳି ଚିତ୍ତ ରଂଜନ ମହନ୍ତ, ଜସ୍ମିନ ସାହୁ, ଶ୍ରେୟଂଶ ମିଶ୍ର, ଜାତୀୟ ବିଚାରକ ଶ୍ରଦ୍ଧା ସିଂହ, ତପସ୍ୱିନୀ ପ୍ରଧାନ, ଅଭିଭାବକ ସହଯୋଗ କରିଥିଲେ।