ଅନ୍ୟାନ୍ୟ

ଟିକରପଡ଼ା ବନ୍ୟା ପ୍ରଭାବିତ ଲୋକଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କଲେ ବସୁଧା ଉପଦେଷ୍ଟା ଦିନେଶ ପ୍ରଧାନ

By Angul TV Bureau

August 04, 2023

ଅନୁଗୁଳ: ଓଡ଼ିଶା ସରକାରଙ୍କ ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗ (ବସୁଧା)ର ଉପଦେଷ୍ଟା ତଥା ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ଦିନେଶ ପ୍ରଧାନ ଆଜି ବନ୍ୟା ପ୍ରଭାବିତ ଟିକରପଡ଼ା ପଞ୍ଚାୟତକୁ ୨ୟ ଥର ପରିଦର୍ଶନରେ ଯାଇ ବନ୍ୟା ଆଶ୍ରୟସ୍ଥଳୀ ରେ ରହୁଥିବା ସମସ୍ତ ଗ୍ରାମବାସୀ ମାନଙ୍କୁ ଭେଟି ଶୁଖିଲା ଖାଦ୍ୟ ( ଚୁଡା , ଗୁଡ , ବିସ୍କୁଟ , ପାଉଁରୁଟି ) ବଣ୍ଟନ କରିଛନ୍ତି। ଏହା ସହ ବିଭିନ୍ନ ବନ୍ୟା ଆଶ୍ରୟସ୍ଥଳୀ ଓ ଗ୍ରାମକୁ ଯାଇ ଲୋକମାନଙ୍କର ସ୍ବାସ୍ଥ୍ୟ ଅବସ୍ଥା ପଚାରି ବୁଝିଥିଲେ।

ଏଥିସହ ବସୁଧା ଯୋଜନା ପାନୀୟ ଜଳ ପ୍ରକଳ୍ପଗୁଡ଼ିକୁ ବୁଲି ଦେଖିବା ସହିତ ବନ୍ୟାରେ ନଷ୍ଟ ହୋଇଥିବା ପାଇପ ଲାଇନକୁ ତୁରନ୍ତ ମରାମତି କରି ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ପାଇଁ ଗ୍ରାମବାସୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ଏ ଅବସରରେ ଟିକରପଡା ସରପଞ୍ଚ ସୌମ୍ୟରଞ୍ଜନ ସାହୁ, ବିଜୁ ଯୁବ ଜନତା ଦଳର ଜିଲ୍ଲା ଉପସଭାପତି ପ୍ରକାଶ ଚନ୍ଦ୍ର ଭୋଇ, ଜିଲ୍ଲା ସମ୍ପାଦକ ଜିତେନ୍ଦ୍ର ଜେନା, ପ୍ରଦ୍ୟୁମ୍ନ କୁମାର ପ୍ରଧାନ ଓ ବିଜୁ ଯୁବ ଜନତା ଦଳର କର୍ମକର୍ତ୍ତା ଉପସ୍ଥିତ ଥିଲେ।