ଅନ୍ୟାନ୍ୟ

କିନ୍ନରଙ୍କୁ ରାସନ ସାମଗ୍ରୀ ବଣ୍ଟନ

By Biswaranjan Pattnaik

June 20, 2021

ଅନୁଗୁଳ: କରୋନା ଜନିତ କଟକଣା ପାଇଁ ବିପନ୍ନ ହୋଇଛ ଜୀବିକା। କାମଧନ୍ଦା ନଥିବାରୁ ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଦୁଇ ଓଳି ଦୁଇ ମୁଠା ଖାଦ୍ୟ ସଂଗ୍ରହ କରିବା କଷ୍ଟକର ହୋଇ ପଡ଼ିଛି । କଟକଣା ପାଇଁ ରୋଜଗାର ହରାଇ ଦୁର୍ଦ୍ଦିନରେ ରହିଛନ୍ତି କିନ୍ନରମାନେ । ସ୍ୱେଚ୍ଛାସେବୀ ଅନୁଷ୍ଠାନ ଫାଉଣ୍ଡେସନ୍ ଫର୍ ଇକୋଲୋଜିକାଲ୍ ସିକ୍ୟୁରିଟି(ଏଫ୍ଇଏସ୍) ପକ୍ଷରୁ ଅନୁଗୁଳ ସହରରେ ରହୁଥିବା କିନ୍ନରମାନଙ୍କୁ ରାସନ ସାମଗ୍ରୀ ବଣ୍ଟନ କରାଯାଇଛି। ଶନିବାର ହେମସୁରପଡ଼ା ପ୍ରିନ୍ସ କ୍ଲବ୍ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୬୭ ଜଣ କିନ୍ନରଙ୍କୁ ମାସକ ପାଇଁ ଚାଉଳ, ଚୁଡ଼ା, ତେଲ, ଚିନି, ଡାଲି, ଆଳୁ, ପିଆଜ, ମସଲା ଓ ସାବୁନ୍ ଯୋଗାଇ ଦିଆଯାଇଛି । କାର୍ଯ୍ୟକ୍ରମରେ ଏଫ୍‌ଇଏସ୍‌ ମୁଖ୍ୟ ସ୍ୱପ୍ନାଶ୍ରୀ ଷଡ଼ଙ୍ଗୀ ଓ ଅନୁଗୁଳ ଉପ ଜିଲ୍ଲାପାଳ ବାସୁଦେବ ଶତପଥୀ ଉପସ୍ଥିତ ରହି ରାସନ ବଣ୍ଟନ କରିବା ସହ କରୋନା ସତର୍କତା ମାନିବାକୁ ପରାମର୍ଶ ଦେଇଥିଲେ ।