ଅନ୍ୟାନ୍ୟ

ଗୁଜରାଟ ମିନେରାଲ ଡେଭଲପମେଣ୍ଟ କର୍ପୋରେସନ ପକ୍ଷରୁ ଭଲିବଲ ଖେଳାଳିଙ୍କୁ ଖେଳ ଉପକରଣ ବଣ୍ଟନ

By Sanjeeb Biswal

November 24, 2023

ଛେଣ୍ଡିପଦା: ଛେଣ୍ଡିପଦା ବ୍ଲକ ବୈତରଣୀ ୱେଷ୍ଟ କୋଲ ବ୍ଲକର ପ୍ରସ୍ତାବିତ ଖୋଲା କୋଇଲା ଖଣି ଅଞ୍ଚଳରେ ଗୁଜରାଟ ମିନେରାଲ ଡେଭଲପମେଣ୍ଟ କର୍ପୋରେସନ ପକ୍ଷରୁ ଭଲିବଲ ଖେଳାଳିଙ୍କୁ ଖେଳ ଉପକରଣ ବଣ୍ଟନ କରାଯାଇଛି। ବୈତରଣୀ ୱେଷ୍ଟ କୋଲ ବ୍ଲକରେ ଗୁଜରାଟ ମିନେରାଲ ଡେଭଲପମେଣ୍ଟ କର୍ପୋରେସନ ପକ୍ଷରୁ ଟେଣ୍ଟୁଲୋଇ, ମାଛକୁଟା ଓ ଛେଣ୍ଡିପଦା ପଞ୍ଚାୟତର ଯୁବ ଭଲିବଲ ଖେଳାଳିଙ୍କୁ ଉତ୍ସାହିତ ଓ ଖେଳର ଅଗ୍ରଗତି ପାଇଁ କର୍ପୋରେଟ ସାମାଜିକ ଦାୟିତ୍ୱବୋଧ (ସିଏସଆର) କାର୍ଯ୍ୟକ୍ରମ ଜରିଆରେ ଛେଣ୍ଡିପଦା, ସାପୋଇ ସାହି, ପଥରମୁଣ୍ଡା, ପୋଡାପଡା, ମାଛକୁଟା, ଖୁଣ୍ଟାନାଳୀ, ହାଣ୍ଡିଗୁଡା, ଜାମ୍ବୁନାଳୀ ଆଦି ଗାଁଗୁଡ଼ିକରେ ଥିବା ୧୨ଟି ଭଲିବଲ ଦଳର ଖେଳାଳିଙ୍କୁ ଭଲିବଲ ଖେଳ ଉପକରଣ ଯୋଗାଇ ଦିଆଯାଇଛି।

କାର୍ଯ୍ୟକ୍ରମରେ ଗୁଜରାଟ ଡେଭଲପମେଣ୍ଟ କର୍ପୋରେସନର ମୁଖ୍ୟ ବ୍ରିଗେଡିୟର ମନୁ ମେହେରହୋତ୍ରା, ପରିଚାଳନା ନିର୍ଦ୍ଦେଶକ ବୀରେନ୍ଦ୍ର କୁମାର ମହାତୋ, କ୍ୟାପଟେନ ପି.କେ ପତି ଓ ବିଏନବିର ସମସ୍ତ କର୍ମଚାରୀ ଉପସ୍ଥିତ ରହି ଖେଳ ଉପକରଣ ବଣ୍ଟନ କରିବା ସହ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ।