ଅନ୍ୟାନ୍ୟ

ଲାୟନ୍ସ କ୍ଲବ ଅନୁଗୁଳ ରୟାଲ ପକ୍ଷରୁ ଦହି ସର୍ବତ ବଣ୍ଟନ

By Angul TV Bureau

April 04, 2025

ଅନୁଗୁଳ: ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ସାମାଜିକ ଅନୁଷ୍ଠାନ ଲାୟନ୍ସ କ୍ଲବ ଅନୁଗୁଳ ରୟାଲ ପକ୍ଷରୁ ପଥିକ ମାନଙ୍କୁ ଥଣ୍ଡା ପାନୀୟ, ଦହି ସରବତ ବଣ୍ଟନ କରାଯାଇଛି। ଅନୁଗୁଳ ସହରରେ ସଂଜୀବନୀ ମାର୍କେଟ, ଡେଲି ମାର୍କେଟ, ଲକ୍ଷ୍ମୀ ବଜାର ଛକ ଅଞ୍ଚଳରେ ସ୍ବେଚ୍ଛାସେବୀମାନେ ଲୋକଙ୍କ ତୃଷ୍ଣା ମେଣ୍ଟାଇବା ପାଇଁ ଏହି କାର୍ଯ୍ୟକ୍ରମ ହାତକୁ ନେଇଥିଲେ।

କାର୍ଯ୍ୟକ୍ରମରେ ଲାୟନ୍ସ କ୍ଲବ ଅନୁଗୁଳ ରୟାଲ କୋଷାଧ୍ୟକ୍ଷ ମୁସ୍କାନ ଗୁପ୍ତାଙ୍କ ସମେତ ଆଦିତ୍ୟ ଫୋଗଲା, ସୁରଜ ଦାସ, ଦୀପକ ସିଂ, ଦୀପକ ଅଗ୍ରୱାଲ, ଜ୍ୟୋତି ଅଗ୍ରୱାଲ, କ୍ରିଷ୍ଣା ଅଗ୍ରୱାଲ ପ୍ରମୁଖ ସହଯୋଗ କରିଥିଲେ।