ଅନୁଗୁଳ: ଆଜି ଅନୁଗୁଳ ଉପ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ତାଙ୍କ ସମ୍ମିଳନୀ କକ୍ଷରେ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ବୈଠକ ଅନୁଷ୍ଠିତ ହୋଇଛି। ଆସନ୍ତା ମୌସୁମୀ ବର୍ଷାକୁ ଦୃଷ୍ଟିରେ ରଖି ବନ୍ୟାର ସଠିକ୍ ମୁକାବିଲା ନିମନ୍ତେ ବିଭାଗୀୟ ଅଧିକାରୀମାନେ ପ୍ରସ୍ତୁତ ରହିବାକୁ ଉପଜିଲ୍ଲାପାଳ ପରାମର୍ଶ ଦେଇଥିଲେ।
ବର୍ଷା ଦିନ ପୂର୍ବରୁ ଡ୍ରେନ୍ଗୁଡିକୁ ସଫା କରିବା, ଶୁଖିଲା ଖାଦ୍ୟ ମହଜୁଦ ରଖୁବା, ଯନ୍ତ୍ର ଚାଳିତ ବୋଟଗୁଡିକ ସଜାଗ ରଖିବା, କଣ୍ଟ୍ରୋଲ ରୁମ୍ ଗୁଡିକୁ କାର୍ଯ୍ୟକ୍ଷମ କରିବା, ବିଦ୍ୟୁତ ଓ ଟେଲିଫୋନ ବିଭାଗ ସଜାଗ ରହିବା, ସ୍ବାସ୍ଥ୍ୟ ଓ ପଶୁ ସମ୍ପଦର ସୁରକ୍ଷା,କୃଷି କ୍ଷେତ୍ରର ସୁରକ୍ଷା,ପାନୀୟ ଜଳ ଯୋଗାଣ,ପଲିଥିନ ମହଜୁଦ ରଖିବା ଉପରେ ଗୁରୁତ୍ବାରୋପ କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଡେପୁଟି କଲେକ୍ଟର ଅମ୍ଳାନ ଅପରାଜିତା ମିଶ୍ର, ଡେପୁଟି କଲେକ୍ଟର ରାଜୀବ କୁମାର ବେହେରା, ଅନୁଗୁଳ ପୌରପାଳିକାର ନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକ, ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ,ତହସିଲଦାରଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଯୋଗ ଦେଇଥିଲେ।