ଅନ୍ୟାନ୍ୟ

ନବ ନିର୍ବାଚିତ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ରଙ୍କୁ ଅଭିନନ୍ଦନ ଜଣାଇଲା ଜିଲ୍ଲା ବିଜେପି

By Angul TV Bureau

July 31, 2022

ଅନୁଗୁଳ: ଓଡିଶା ବିଜେପିର ବରିଷ୍ଠ ନେତା ତଥା ୪ ଥର ସମ୍ବଲପୁର ବିଧାୟକ ଥିବା ପୂର୍ବତନ ମନ୍ତ୍ରୀ ଜୟ ନାରାୟଣ ମିଶ୍ରଙ୍କୁ ବିରୋଧୀ ଦଳର ନେତା ଭାବେ ଦାୟିତ୍ୱ ମିଳିଛି। ଏ ନେଇ ଘୋଷଣା ହେବା ପରେ ଅନୁଗୁଳ ଜିଲ୍ଲା ବିଜେପି ପକ୍ଷରୁ ଜୟ ନାରାୟଣ ମିଶ୍ରଙ୍କୁ ଶୁଭେଚ୍ଛା ଜଣାଯାଇଛି।

ଜିଲ୍ଲା ବିଜେପି ପକ୍ଷରୁ ସଭାପତି ଡିଲେଶ୍ୱର ପ୍ରଧାନ, ପ୍ରାକ୍ତନ ସାଂସଦ ରୁଦ୍ର ନାରାୟଣ ପାଣି, ରାଜ୍ୟ ସମ୍ପାଦକ କାଳନ୍ଦି ସାମଲ, ପ୍ରାକ୍ତନ ମନ୍ତ୍ରୀ ସଂଜୀବ ସାହୁ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଶୋକ ମହାନ୍ତି, ପ୍ରତାପ ଚନ୍ଦ୍ର ପ୍ରଧାନ, ଅଗସ୍ତି ବେହେରା, ଭାଗିରଥି ପ୍ରଧାନ ଓ ପ୍ରତିମା ମିଶ୍ର, ବରିଷ୍ଠ ନେତା ଯଯାତି ପଟ୍ଟନାୟକ ଓ ଦିଲ୍ଲୀପ ପ୍ରଧାନ, ଜିଲ୍ଲା ସାଧାରଣ ସମ୍ପାଦକ ପ୍ରକାଶ ମହାରଣା ଓ ସୁଦିପ ଗଡ଼ନାୟକ, ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ବସନ୍ତ ମଞ୍ଜରୀ ପ୍ରଧାନ, ଜିଲ୍ଲା ମିଡ଼ିଆ ସେଲ ଅଧ୍ୟକ୍ଷ ପର୍ଶୁରାମ ବାରିକ, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ସୁଦୀପ୍ତ ସ୍ୱାଇଁ ଙ୍କ ସମେତ ସମସ୍ତ ପଦାଧିକାରୀ ଓ ମୋର୍ଚ୍ଚା ସଭାପତି ଶୁଭେଚ୍ଛା ଜଣାଇଛନ୍ତି।