ଅନୁଗୁଳ : ଅନୁଗୁଳ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଜିଲ୍ଲା ସଭାପତି ଯଯାତି ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଶତବାର୍ଷିକୀ ପାଳନ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଏଥିପାଇଁ ଅନୁଗୁଳ ଜିଲ୍ଲାରେ ସଂଚାଳନ ସମିତି ଓ ସମ୍ବର୍ଦ୍ଧନା କମିଟି ଭାବେ ଦୁଇଟି କମିଟି ଗଠିତ ହୋଇଛି। ପୁନଶ୍ଚ ବିକଶିତ ଭାରତ ବିକଶିତ ଓଡିଶା ଗଠନ ପାଇଁ କେନ୍ଦ୍ର ଓ ରାଜ୍ୟର ବଜେଟ ସମ୍ପର୍କରେ ଜନ ସଚେତନତା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ କରିବାକୁ ନିଷ୍ପତ୍ତି ହୋଇଛି।
ଅଟଳବିହାରୀ ବାଜପେୟୀ ଜନ୍ମ ଶତ ବାର୍ଷିକୀ ପାଇଁ ସଂଚାଳନ ସମିତିରେ ସଂଯୋଜକ ଭାବେ ନୃସିଂହ ବରାଳ, ସହ ସଂଯୋଜକ ଭାବେ ସୁଦିପ ଗଡ଼ନାୟକ, ପର୍ଶୁରାମ ବାରିକ, ବିଜୟ ମାଝି, ପ୍ରତିମା ମିଶ୍ର, ଚିତ୍ତ ରଞ୍ଜନ ମେହେର, ପ୍ରତ୍ୟୁଷ ପଣ୍ଡା ଓ ଧୋବେଇ ସାହୁ ଦାୟିତ୍ୱ ନେଇଥିବା ବେଳେ ସମ୍ବର୍ଦ୍ଧନା କମିଟିରେ ସଂଯୋଜକ ଭାବେ ଚୌଧୁରୀ ପ୍ରଧାନ, ସହ ସଂଯୋଜକ ଭାବେ ଅମୀୟ ତ୍ରିପାଠୀ, ଅର୍ଜୁନ ସାହୁ, ବିଶ୍ୱଜିତ ମିଶ୍ର, ପ୍ରଭାତ କୁମାର ପ୍ରଧାନ, ବସନ୍ତ ମଞ୍ଜରୀ ପ୍ରଧାନ, ଲୋକନାଥ ସାହୁ ଓ କହ୍ନେଇ ସାହୁ ଦାୟିତ୍ୱ ନେଇଛନ୍ତି।
ଏହି ବୈଠକରେ ଜିଲ୍ଲା ସଭାପତିଙ୍କ ସହ ପ୍ରାକ୍ତନ ଜିଲ୍ଲା ସଭାପତି ଦିଲେଶ୍ଵର ପ୍ରଧାନ, ନୃସିଂହ ବରାଳ, ଚୌଧୁରୀ ପ୍ରଧାନ, ସୁଦିପ ଗଡ଼ନାୟକ, ପର୍ଶୁରାମ ବାରିକ, ବିଶ୍ୱଜିତ ମିଶ୍ର, ବିଜୟ ମାଝି ଓ ଚିତ୍ତ ରଞ୍ଜନ ମେହେର ପ୍ରମୁଖ ଯୋଗଦେଇ ଥିଲେ।