ଅନ୍ୟାନ୍ୟ

ଏନ୍‌ଡିଏ ରାଷ୍ଟ୍ରପତି ପ୍ରାର୍ଥୀନୀ ଦ୍ରୌପଦୀ ମୁର୍ମୁଙ୍କ ବିଜୟ ପାଇଁ ଜିଲ୍ଲା ବିଜେପିର ସାମୂହିକ ପ୍ରାର୍ଥନା

By Angul TV Bureau

July 17, 2022

ଅନୁଗୁଳ: ଆଜି ସ୍ଥାନୀୟ ଶୈଳଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର ସମ୍ମୁଖରେ ଏନ୍‌ଡିଏ ରାଷ୍ଟ୍ରପତି ପ୍ରାର୍ଥୀନୀ ଦ୍ରୌପଦୀ ମୁର୍ମୁଙ୍କ ବିଜୟ ପାଇଁ ପ୍ରଦୀପ ପ୍ରଜ୍ବଳନ କରି ସାମୂହିକ ପ୍ରାର୍ଥନା କରିଛନ୍ତି ଜିଲ୍ଲା ବିଜେପି କାର୍ଯ୍ୟକର୍ତ୍ତା।

ଏ ଅବସରରେ ଜିଲ୍ଲା ବିଜେପି ସଭାପତି ଦିଲେଶ୍ଵର ପ୍ରଧାନ, ରାଜ୍ଯ କାର୍ଯ୍ୟକାରିଣୀ ସଦସ୍ୟ ପ୍ରତାପ ଚନ୍ଦ୍ର ପ୍ରଧାନ, ରାଜ୍ୟ ବିଜେପି ଏସି ମୋର୍ଚ୍ଚାର ସଭାପତି ବିଭୁ ପ୍ରସାଦ ତରାଇ, ବିଜେପି ନେତା ଦିଲ୍ଲୀପ ପ୍ରଧାନ, କୈଳାସ ପ୍ରଧାନ, ସମୀର ପରିଡା, ପୁରୁଷୋତ୍ତମ ନାଏକ, ଚନ୍ଦ୍ରକାନ୍ତ ଧଳ, ବିଜେପି ମହିଳା ମୋର୍ଚ୍ଚା ସଭାପତି ବସନ୍ତ ମଞ୍ଜରୀ ପ୍ରଧାନ, ନମିତା ଦଳବେହେରା, ସରିତା ମିଶ୍ର, ରୋଜାଲିନ ଦାସ, ପ୍ରତିମା ମିଶ୍ରଙ୍କ ସମେତ ଅନେକ କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ରହି ଶ୍ରୀମତୀ ମୁର୍ମୁଙ୍କ ବିପୁଳ ବିଜୟ ପାଇଁ ପ୍ରାର୍ଥନା କରିଥିଲେ।