ଅନ୍ୟାନ୍ୟ

ଆଠମଲ୍ଲିକର ବିଭିନ୍ନ ପଞ୍ଚାୟତ ଗସ୍ତ କରି ପ୍ରକଳ୍ପ ସମୀକ୍ଷା କଲେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ

By Angul TV Bureau

November 07, 2022

ଆଠମଲ୍ଲିକ: ଅନୁଗୁଳ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ଲଳିତ ମୋହନ ବେହେରା ରବିବାର ଆଠମଲ୍ଲିକ ବ୍ଲକର ବିଭିନ୍ନ ପଞ୍ଚାୟତ ଗସ୍ତ କରି ବିଭିନ୍ନ ଯୋଜନାରେ ଚାଲୁଥିବା ପ୍ରକଳ୍ପ କାର୍ଯ୍ୟ ତଦାରଖ କରିବା ସହ ସମୀକ୍ଷା କରିଥିବା ଜଣାଯାଇଛି।

ସେ ପ୍ରଥମେ ଟାପଢୋଲ ପଞ୍ଚାୟତରେ ପହଞ୍ଚି ୫ ଟି ଯୋଜନାରେ ହେଉଥିବା ରାଧାକୃଷ୍ଣ ଉଚ୍ଚ ବିଦ୍ୟାଳୟର କାର୍ଯ୍ୟ ତଦାରଖ କରିଥିଲେ। ପାଇକସାହି ପଞ୍ଚାୟତରେ ନିର୍ମାଣାଧୀନ ଗ୍ରାମୀଣ ପାର୍କ, ସତ୍ୟବାଦୀପୁର ଓ ତାଳବାହାଳୀ ରାସ୍ତା କାର୍ଯ୍ୟ, ସାପଘରା ପଞ୍ଚାୟତର ୫ ଟି ରେ ହେଉଥିବା ଉଚ୍ଚ ବିଦ୍ୟାଳୟ କାର୍ଯ୍ୟ, ଗ୍ରାମୀଣ ପାର୍କ, ସାପଘରା ଗ୍ରାମ୍ୟ ରାସ୍ତା ଓ ବାଇଓ ମେଡିକାଲ ସେଣ୍ଟର ପରିଦର୍ଶନ, କନ୍ତପଡ଼ା ଓ ମଇମୁରା ପଞ୍ଚାୟତର ୫ ଟି ଉଚ୍ଚ ବିଦ୍ୟାଳୟ କାର୍ଯ୍ୟ, ମନରେଗା ପ୍ରକଳ୍ପ କାର୍ଯ୍ୟ ଓ ୨ ପଞ୍ଚାୟତ ର ପ୍ରଧାନମନ୍ତ୍ରୀ ଦକ୍ଷତା ବିକାଶକୁ ନେଇ ବୈଠକ କରିଥିଲେ।

ଶେଷରେ ମନଜୋର ପ୍ରକଳ୍ପ ଠାରେ ଥିବା ବଙ୍ଗଳାରେ ବ୍ଲକ ସହକାରୀ ନିର୍ବାହୀ ଅଧିକାରୀ ରାମଚନ୍ଦ୍ର ଶତପଥୀ ଓ ସମସ୍ତ କନିଷ୍ଠଯନ୍ତ୍ରୀଙ୍କୁ ନେଇ ସମୀକ୍ଷା କରିଥିଲେ। ତାଙ୍କ ସହ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ (ଅର୍ଥ) ଅବିନାଶ ମହାନ୍ତି ଓ ଏକ ଟିମ ମଧ୍ୟ ବିଭିନ୍ନ ପଞ୍ଚାୟତ ଗସ୍ତ କରିଥିଲେ।