ଅନୁଗୋଳ: ଅନୁଗୋଳ ଜିଲ୍ଲାପାଳ ଅବଦ୍ଦାଲ ଏମ୍. ଅଖତାର ତାଳଚେର ପୌରାଞ୍ଚଳ ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ଏହି ଅବସରରେ ୫, ୧୫, ୧୭ ଓ ୨୦ ନମ୍ବର ୱାର୍ଡର ରାସ୍ତା ଏବଂ ଡ୍ରେନ୍, ୭ ନମ୍ବର ୱାର୍ଡର ଅଙ୍ଗନବାଡ଼ି କେନ୍ଦ୍ର, ଜଗନ୍ନାଥ ପାର୍କ ଓ ରାଜବାଟୀ ନିକଟସ୍ଥ ସେତୁ ପରିଦର୍ଶନ କରିଥିଲେ।
ଉପଜିଲ୍ଲାପାଳ ପ୍ରଜ୍ଞାନନ୍ଦନ ଗିରି ମଧ୍ୟ ଉପସ୍ଥିତ ଥିଲେ। ଜଳ ନିଷ୍କାସନ ବ୍ୟବସ୍ଥାରେ ସୁଧାର, ନିର୍ମାଣ କାର୍ଯ୍ୟର ଗୁଣବତ୍ତା ଓ ନିର୍ଦ୍ଧାରିତ ସମୟରେ ପ୍ରକଳ୍ପ ଶେଷ କରିବାକୁ ଜିଲ୍ଲାପାଳ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।