ମୁଖ୍ୟ ଖବର

ଜିଲ୍ଲା କିଷାନ କଂଗ୍ରେସର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ

By Angul TV Bureau

December 04, 2025

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଷାନ କଂଗ୍ରେସ ପକ୍ଷରୁ ଆଜି ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଜିଲ୍ଲା କୃଷକ ସେଲ ସଭାପତି ସୌମେନ୍ଦ୍ର ଦେହୁରୀଙ୍କ ନେତୃତ୍ୱରେ ରାଜ୍ୟର ତଥା ଅନୁଗୁଳ ଜିଲ୍ଲାର ଚାଷୀମାନଙ୍କ ସମସ୍ୟା ଯଥା ଧାନ କିଣାରେ କଟନି ଛଟନି, ବନ୍ୟଜନ୍ତୁଙ୍କ ଦ୍ବାରା ହେଉଥିବା ବ୍ୟାପକ ଫସଲ କ୍ଷତି, ନାଲକୋ ଦ୍ବାରା ଛଡା ଯାଉଥିବା ପାଉଁଶ ଓ ଫ୍ଲୋରାଇଡ ଗ୍ୟାସ ପାଇଁ ହେଉଥିବା ଫସଲ କ୍ଷତିର ତୁରନ୍ତ ପ୍ରତିକାର, ଫସଲ ବୀମାରେ ଥିବା ଅସଙ୍ଗତି ଦୂର କରି ଚାଷୀ ପରିବାରକୁ ସ୍ବାସ୍ଥ୍ୟବୀମା ଭୁକ୍ତ କରିବା ଓ ୫୫ ବର୍ଷ ପରେ ଚାଷୀ ଓ ଭାଗ ଚାଷୀଙ୍କୁ ମାସିକ ୧୦,୦୦୦ ଟଙ୍କା ଭତ୍ତା ପ୍ରଦାନ କରିବା ସମ୍ବନ୍ଧରେ ମୁଖ୍ଯମନ୍ତ୍ରୀଙ୍କ ଉଦ୍ଦେଶ୍ଯରେ ଏହି ସ୍ମାରକପତ୍ର ଦିଆଗଲା।

ଜିଲ୍ଲା ପ୍ରଶାସନ ତୁରନ୍ତ ଏ ସମସ୍ଯା ଗୁଡ଼ିକର ସମାଧାନ ନକଲେ ଦଳ ତରଫରୁ କୃଷକମାନଙ୍କ ହିତରେ ଆନ୍ଦୋଳନକୁ ତିବ୍ରତ୍ତର କରିବା ପାଇଁ ଚେତାବନୀ ଦିଆଯାଇଛି। ଜିଲ୍ଲାରେ କୃଷକମାନଙ୍କ ସମସ୍ୟା ନେଇ ସ୍ମାରକପତ୍ର ଜିଲ୍ଲପାଳଙ୍କୁ ପ୍ରଦାନ କରାଗଲା ବେଳେ ଜିଲ୍ଲା ସଭାପତି ସୁନୀଲ ପ୍ରଧାନ, ପୂର୍ବତନ ଜିଲ୍ଲା ସଭାପତି ତଥା ଅନୁଗୁଳ ବିଧାୟକ ପ୍ରାର୍ଥୀ ଅମ୍ବିକା ପ୍ରସାଦ ଭଟ୍ଟ, ପୂର୍ବତନ ତାଳଚେର ବିଧାୟକ ପ୍ରାର୍ଥୀ ପ୍ରଫୁଲ୍ଲ ଦାସ, ରାଜ୍ଯ କୃଷକ ସେଲ ସଂଯୋଜକ ଦାଶରଥି ସାହୁ, ବରିଷ୍ଠ କଂଗ୍ରେସ ନେତା ଗୋପାଳ ନାଥ, ସନନ୍ତ କୁମାର ପ୍ରଧାନ, ଶିଶିର କୁମାର ପାଳ, ବସନ୍ତ କୁମାର ବିଶୋୟୀ, ଅର୍ଜୁନ କୁମାର ଦେହୁରୀ, ପଞ୍ଚାନନ ବେହେରା, ସାରଙ୍ଗ ଦେହୁରୀ, ସତ୍ୟବ୍ରତ ଗଡନାୟକ, ସନ୍ତୋଷ ମହାରଣା ପ୍ରମୁଖ ବହୁ କଂଗ୍ରେସ ନେତା ଓ କର୍ମୀମାନେ ଉପସ୍ଥିତ ଥିଲେ।