ମୁଖ୍ୟ ଖବର

ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଉଦଘାଟିତ

By Biswaranjan Pattnaik

November 28, 2023

ଅନୁଗୁଳ: ସ୍ଥାନୀୟ ପିଟିଶୀ ପଡ଼ିଆରେ ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତି ମତ୍ସ୍ୟ ଓ ପାଣି ସମ୍ପଦ ମେଳା ଉଦଘାଟିତ ହୋଇଯାଇଛି। ଅନୁଗୁଳ ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଆଧୁନିକ କୃଷି ଯନ୍ତ୍ରପାତି ବ୍ୟବହାର ଦ୍ଵାରା ଚାଷୀ ଅଧିକ ଫସଲ ଅମଳ କରିପାରିବେ ବୋଲି କହିଥିଲେ। ସେହିଭଳି ଉପଯୁକ୍ତ ତାଲିମ ନେଇ ମତ୍ସ୍ୟ ଓ ପ୍ରାଣୀସମ୍ପଦ ପାଳନ କଲେ ଆମ ଜିଲ୍ଲା ମାଛ ଓ ମାଂସ ଉତ୍ପାଦନରେ ଆତ୍ମ ନିର୍ଭରଶୀଳ ହୋଇପାରିବ ବୋଲି ଶ୍ରୀ ସିଂହ ପ୍ରକାଶ କରିଥିଲେ। ସମ୍ମାନିତ ଅତିଥି ରୂପେ ଅନୁଗୁଳ ନଗରପାଳ ଅକ୍ଷୟ କୁମାର ସାମନ୍ତ,ସମ୍ବଲପୁର ସାଂସଦଙ୍କ ପ୍ରତିନିଧି ପ୍ରଦୀପ ପ୍ରଧାନ,କୃଷି ଅଧିକ୍ଷଣ ଯନ୍ତ୍ରୀ ପୃଥ୍ୱୀରାଜ ମହାନ୍ତି,ଜିଲ୍ଲା କୃଷି ଅଧିକାରୀ ଜ୍ୟୋତି ଦିପ୍ତ ପଟ୍ଟନାୟକ,ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ା ନୀରୋଦ ଦାସ,ଜିଲ୍ଲା ମତ୍ସ୍ୟ ଚିକିତ୍ସା ଅଧିକାରୀ ରାଜେନ୍ଦ୍ର କୁମାର ପାତ୍ର,ବରିଷ୍ଠ ବୈଜ୍ଞାନିକ ଦେବାଶିଷ ମିଶ୍ର,ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରମୋଦ ଦାସ ପ୍ରମୁଖ ଯୋଗ ଦେଇ ଉପସ୍ଥିତ ଚାଷୀ ଏବଂ ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟା ମାନଙ୍କୁ ଉନ୍ନତ କୃଷି ପ୍ରଣାଳୀ ଉପରେ ମାର୍ଗ ଦର୍ଶନ କରିଥିଲେ।

ମେଳାରେ ୭୨ ଟି ଷ୍ଟଲ ଖୋଲି ଥିବାବେଳେ ବହୁ ଆଧୁନିକ କୃଷି ଯନ୍ତ୍ରପାତି ସମେତ ଉନ୍ନତ ଜାତିର ଛେଳି କୁକୁଡ଼ା ଆଦି ଆଦି ପ୍ରଦର୍ଶିତ ହୋଇଚି।ଏହି ମେଳା ଆସନ୍ତା ପାଞ୍ଚ ଦିନ ଧରି ଚାଲିବ ।ଅନୁଗୁଳ ବ୍ଲକ୍ କୃଷି ଅଧିକାରୀ ଭଗିନୀ କୃଷି ନବନିତ୍ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।