ଅନ୍ୟାନ୍ୟ

ଜିଲ୍ଲା ସ୍ତରୀୟ ଏଡସ୍ ନିୟନ୍ତ୍ରଣ କମିଟି ବୈଠକ

By Swagatika Samantray

November 05, 2022

ଅନୁଗୁଳ: ଜିଲ୍ଲା ସ୍ତରୀୟ ଏଡସ୍ ନିୟନ୍ତ୍ରଣକମିଟି ବୈଠକ ଶୁକ୍ରବାର ଜିଲ୍ଲା କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ରଜନୀକାନ୍ତ ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡା.ତ୍ରିଲୋଚନ ପ୍ରଧାନ ସମସ୍ତଙ୍କୁ ସ୍ବାଗତ ଜଣାଇବା ସହ ବୈଠକର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ଜିଲ୍ଲା ଏଡସ୍ ନିୟନ୍ତ୍ରଣ ଅଧିକାରୀ ଡ.ବିଶ୍ବ ବିହାରି ମହାନ୍ତି ଗତ ବୈଠକରେ ନିଆଯାଇଥିବା ନିଷ୍ପତ୍ତର କାର୍ଯ୍ୟକାରିତା ସମ୍ପର୍କରେ ଆଲୋକପାତ କରିଥିଲେ।

ଏଡସ୍ ପ୍ରତିକାର ଓ ନିୟନ୍ତ୍ରଣ ୟୁନିଟ ଅଧିକାରିଣୀ ଡା.ପ୍ରମିଳା ହୋତା ଅନୁଗୁଳ ଜିଲ୍ଲାରେ ଏଚ୍ଆଇଭି ଏଡସ୍ର ସ୍ଥିତ ସମ୍ପର୍କରେ ଅବଗତ କରାଇବା ସହ ବିଶ୍ବ ଏଡସ୍ ଦିବସ ୨୦୨୨ପାଳନ ନିମନ୍ତେ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ସମସ୍ତ ଗର୍ଭବତୀ ମହିଳା ତିନି ମାସ ମଧ୍ୟରେ ଏଚ୍ଆଇଭି ପରୀକ୍ଷା କରାଇବା ପାଇଁ ବୈଠକରେ ଗୁରୁତ୍ବାରୋପ କରାଯାଇଥିଲା। ଲକ୍ଷ୍ୟ ଭେଦି ପ୍ରକଳ୍ପ ଏବଂ ସିଏଚସିର କର୍ମଚାରୀମାନେ ଏଚ୍ଆଇଭି ଏଡସ୍ ଜନିତ ମୃତ୍ୟୁ ସମ୍ପର୍କରେ ପିପିଟି ସେଣ୍ଟରକୁ ଜଣାଇବେ। ଜିଲ୍ଲାର ସମସ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଆସନ୍ତା ଡିସେମ୍ବର ୧ ତାରିଖରେ ବିଶ୍ବ ଏଡସ୍ ଦିବସ ପାଳନ ଅବସରରେ ଏଚ୍ଆଇଭି ଏଡସ୍‌ର ପ୍ରତିରୋଧ ଓ ନିୟନ୍ତ୍ରଣ ନିମନ୍ତେ ଶପଥ ନେବେ। ଶେଷରେ ଏଆରଟି ସେଣ୍ଟରର ସିନିୟର ମେଡିକାଲ ଅଫିସର ଡା.ସାଶ୍ବତ ସାଗର ମିଶ୍ର ଧନ୍ୟବାଦ ଅର୍ପଣକରିଥିଲେ।