ଅନ୍ୟାନ୍ୟ

ଜିଲ୍ଲାସ୍ତରୀୟ ବାର୍ଷିକ ସ୍କାଉଟ୍ସ ଓ ଗାଇଡ୍ସ କ୍ୟାମ୍ପୋରି

By Biswaranjan Pattnaik

February 05, 2026

ଅନୁଗୁଳ: ଅନୁଗୁଳ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଜିଲ୍ଲା ସ୍ତରୀୟ ଭାରତ ସ୍କାଉଟ୍ସ ଓ ଗାଇଡ୍ସର ବାର୍ଷିକ କ୍ୟାମ୍ପୋରି ଅନୁଷ୍ଠିତ ହୋଇଯାଇଛି। ବୁଧବାର ସକାଳ ୧୦ ଘଟିକା ସମୟରେ ଅନୁଷ୍ଠାନ ମୁଖ୍ୟ କମିଶନର ତଥା ଜିଲ୍ଲା ଶିକ୍ଷା ଅଧିକାରୀ ନିରଞ୍ଜନ ସାହୁ ମୁଖ୍ୟ ଅତିଥି, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ମଧୁସ୍ମିତା ନନ୍ଦ, ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ଅମ୍ବୁଜ କୁମାର ଗଡ଼ନାୟକ ସମ୍ମାନୀତ ଅତିଥି ଭାବରେ ଉପସ୍ଥିତ ଥିଲେ। ଜିଲ୍ଲା ସମ୍ପାଦକ ତଥା ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ବିନୋଦ ଚନ୍ଦ୍ର ଦେହୁରୀଙ୍କ ସଭାପତିତ୍ୱରେ ଉଦଘାଟିତ ହୋଇଥିଲା।

ଜିଲ୍ଲାର ସମସ୍ତ ସ୍କାଉଟ୍ସ୍, ଗାଇଡ୍ସ ଏବଂ ସେମାନଙ୍କ ମାଷ୍ଟର ଓ କ୍ୟାପଟେନ ତଥା ସମସ୍ତ ପଦାଧିକାରୀଙ୍କ ଉପସ୍ଥିତିରେ ପତାକା ଉତ୍ତୋଳନ ସମାରୋହ ହୋଇଥଲା। ଉକ୍ତ କ୍ୟମ୍ପୋରିରେ କୁଇଜ୍, ମାର୍ଚ୍ଚ ପାଷ୍ଟ, କଲର ପାର୍ଟି, ଫୁଡ୍ ଭିଲା, ଗାଁ ହାଟ, କଳାକୃତି ପ୍ରଦର୍ଶନ, ହସ୍ତ୍ ତନ୍ତ ପ୍ରଦର୍ଶନ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥଲା। ଅପରାହ୍ନ ୩ ଘଟିକା ସମୟରେ ଜିଲ୍ଲା ସଂପାଦକଙ୍କ ସଭାପତିତ୍ବରେ ଉଦଯାପାନୀ ଉତ୍ସବ ହୋଥିଲା। ଏଥିରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ଶିକ୍ଷା ଅଧିକାରୀ ନିରଞ୍ଜନ ସାହୁ ଓ ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ମଧୁସ୍ମିତା ନନ୍ଦ, ଅନୁଗୁଳ ବ୍ଲକ୍ ଶିକ୍ଷା ଅଧିକାରୀ ଅଶୋକ କୁମାର ପ୍ରଧାନ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପ୍ରିୟରଞ୍ଜନ ପ୍ରଧାନ, ଜିଲ୍ଲା ସ୍କାଉଟ କମିଶନର ଆଶୁତୋଷ ମହାପାତ୍ର, ଜିଲ୍ଲା ଗାଇଡ କମିଶନର ଲତିକା ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।