ଅନୁଗୁଳ: ଆଶା, ଗାଁ କଲ୍ୟାଣ ସମିତି, ଜନ ଆରୋଗ୍ୟ ସମିତି ଓ ମହିଳା ଆରୋଗ୍ୟ ସମିତିର ଜିଲ୍ଲାସ୍ତରୀୟ ବାର୍ଷିକ ସମ୍ମିଳନୀ ଅନୁଗୁଳ ସଭାଘରେ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ପାଳଲହଡ଼ା ବିଧାୟକ ଅଶୋକ ମହାନ୍ତି, ଜିଲ୍ଲା ପରିଷଦ ଅଧ୍ୟକ୍ଷା ବବିତା ପ୍ରଧାନ, ଜିଲ୍ଲାପାଳ ଅବଦାଲ୍ ମହମ୍ମଦ ଅଖତର, ପୌର ଅଧ୍ୟକ୍ଷ ଅକ୍ଷୟ ସାମନ୍ତ, ଆଇ ଏ ଏସ ପ୍ରୋବେସନର କସ୍ତୁରୀ ସି, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡଃ ଗୌରୀ ଶଙ୍କର ବଳ, ଛେଣ୍ଡିପଦା ବିଧାୟକଙ୍କ ପ୍ରତିନିଧି ଚୌଧୁରୀ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ।
ଏ ଅବସରରେ ଆଶାକର୍ମୀ ଓ ଅଙ୍ଗନବାଡି କର୍ମୀଙ୍କୁ କାମ ପାଇଁ ପ୍ରଶଂସା କରାଯାଇଥିଲା। କାର୍ଯ୍ୟକ୍ରମରେ ତୃଣମୂଳ ସ୍ତରରେ ବହୁମୂଲ୍ୟ ସେବା କରିଥିବା ୪ ଜଣ ଆଶାକର୍ମୀ, ୮ଟି ଗାଁ କଲ୍ୟାଣ ସମିତି, ୮ ଟି ଜନ ଆରୋଗ୍ୟ ସମିତି, ୩୯ ଟି ସହରାଞ୍ଚଳର ମହିଳା ଆରୋଗ୍ୟ ସମିତି ସହ ଆର୍ଥିକ ଅନୁଦାନକୁ ସୁବିନିଯୋଗ ପାଇଁ ବିଭିନ୍ନ ବ୍ଲକର ସ୍ବାସ୍ଥ୍ୟ ଅନୁଷ୍ଠାନକୁ ପୁରସ୍କୃତ କରାଯାଇଥିଲା। କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟ ସେବା ସଂପର୍କିତ ବିଭିନ୍ନ ପ୍ରସଙ୍ଗ ଉପରେ କୁଇଜ କାର୍ଯ୍ୟକ୍ରମ ସହ ସ୍ବାସ୍ଥ୍ୟ ଶିକ୍ଷା ପ୍ରଦର୍ଶନୀ ଷ୍ଟଲ ଖୋଲାଯାଇଥିଲା। ଆଶାକର୍ମୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ କରିଥିଲେ। ଜିଲ୍ଲା ଆଶା ପରିଚାଳିକା ବିକାଶିନୀ ପରିଡା କାର୍ଯ୍ୟକ୍ରମର ସଂଚାଳନା କରିଥିବା ବେଳେ ଜନସଞ୍ଚାର ଅଧିକାରୀ ପୁଷ୍ପଲତା ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ପରିବାର କଲ୍ୟାଣ ଡଃ ଅନ୍ତର୍ଯ୍ୟାମୀ ମିଶ୍ର, ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଡଃ ଧନଞ୍ଜୟ ବେହେରା, ଜିଲ୍ଲା ମ୍ୟାଲେରିଆ ଅଧିକାରୀ ଡଃ ପୂର୍ଣ୍ଣିମା ଉଦଗାତା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଗୌରୀ ଶଙ୍କର ବେହେରା, ସ୍ବାସ୍ଥ୍ୟ ମିଶନ ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳିକା ସୌମ୍ୟାରାଣୀ ଗୌଡ଼, ଆଶାକର୍ମୀ, ଅଙ୍ଗନବାଡି କର୍ମୀ, ଗାଁ କଲ୍ୟାଣ ସମିତିର କର୍ମକର୍ତ୍ତା, ବିଭିନ୍ନ ସି.ଏଚ୍.ସି.ର ମେଡିକାଲ୍ ଅଫିସର, ସ୍ବାସ୍ଥ୍ୟ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ।