କ୍ରୀଡ଼ା

ଜିଲ୍ଲାସ୍ତରୀୟ ବ୍ୟାଡମିଣ୍ଟନ,ସତରଞ୍ଜ ଓ ଉଶୁ ପ୍ରତିଯୋଗିତା

By Biswaranjan Pattnaik

September 25, 2024

ଅନୁଗୁଳ: ଅନୁଗୁଳ ଇଣ୍ଡୋର ଷ୍ଟାଡିୟମ୍ ରେ ଜିଲ୍ଲା ସ୍ତରୀୟ ବ୍ୟାଡମିଣ୍ଟନ, ସତରଞ୍ଜ ଏବଂ ଉଷୁ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି। ଜିଲ୍ଲା କ୍ରୀଡା ଅଧିକାରୀ ଅକ୍ଷୟ କୁମାର ସିଠ ମୁଖ୍ୟ ଅତିଥି ଏବଂ ବ୍ୟାଡମିଣ୍ଟନ କୋଚ ବିଶ୍ୱଜିତ୍ ଦାସ ସମ୍ମାନିତ ଅତିଥି ରୂପେ ଯୋଗ ଦେଇ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ। ବିଭିନ୍ନ ବିଭାଗର ୧୨୦ ଜଣ ଖେଳାଳୀ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ।

ବିରଞ୍ଚି ନାରାୟଣ ଦାସ ଓ ପ୍ରଦୀପ କୁମାର ଦାସ ବିଚାରକ ଭାବେ ଯୋଗ ଦେଇଥିଲେ।ଜିଲ୍ଲା ଶିକ୍ଷା ଅଧିକାରୀ ସୁସ୍ମିତା ସାହୁ ଓ ସ୍କୁଲ କ୍ରୀଡା ଅଧିକାରୀ ଭିକାରି ବନ୍ଧୁ ସାହୁଙ୍କ ତତ୍ବାବଧାନରେ ଖେଳ ଅନୁଷ୍ଠିତ ହୋଇଥିଲା।