ମୁଖ୍ୟ ଖବର

ଜିଲ୍ଲା ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ : ୧୧୨ ପ୍ରକଳ୍ପ ସ୍ଥାନିତ

By Biswaranjan Pattnaik

November 22, 2025

ଅନୁଗୁଳ: ଅନୁଗୁଳ ନୋଡାଲ ପିଟିସି ଉଚ୍ଚ ବିଦ୍ୟାଳୟ ଠାରେ ଜିଲ୍ଲା ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଆୟୋଜିତ ହୋଇଯାଇଛି। ଏହି ପ୍ରଦର୍ଶନୀରେ ୧୧୨ ଟି ପ୍ରକଳ୍ପ ସ୍ଥାନ ପାଇଛି। ଅନୁଗୁଳ ଜିଲ୍ଲାପାଳ ଅବ୍ଦାଲ୍ ଏମ  ଅଖତାର ଏହି ପ୍ରଦର୍ଶନୀକୁ ମୁଖ୍ୟ ଅତିଥି ରୂପେ ଉଦଘାଟନ କରିଥିଲେ।

ଶ୍ରୀ ଅଖତର୍ ନିଜ ଅଭିଭାଷଣରେ ଛାତ୍ରଛାତ୍ରୀ ମାନେ ବିଜ୍ଞାନ ମନସ୍କ ହେବା ସହ ନିଜ ପରିବେଶ ପ୍ରତି ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ। ସମ୍ପ୍ରତି  ସୋସିଆଲ ମିଡ଼ିଆର ଦୁରୁପଯୋଗ ବଢ଼ି ଚାଲିଥିବାରୁ ସେଥିପ୍ରତି ସତର୍କ ରହିବାକୁ ପରାମର୍ଶ ଦେଇଥିଲେ।ସମାରୋହରେ ସମ୍ମାନିତ ଅତିଥି ରୂପେ ସିଏସଆଇଆର ଭୁବନେଶ୍ୱରର ବୈଜ୍ଞାନିକ ଡ଼ା ସନ୍ତୋଷ କୁମାର ବେହେରା,ଡ଼ା ମାୟାଧର ଦେବତା ଓ ଅଜିତ ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇ ପରିବେଶ ସୁରକ୍ଷା କାର୍ଯ୍ୟକ୍ରମରେ ମଣିଷର ଦୀର୍ଘସ୍ଥାୟୀ ଜୀବନଶୈଳୀ ଉପରେ ଆଲୋକପାତ କରିଥିଲେ।

ବିଜ୍ଞାନର ଅଗ୍ରଗତି ଯୋଗୁଁ ମଣିଷ ସୁଖରେ ରହୁଛି ଏବଂ ତାର ହାରାହାରି ପରମାୟୁ ବଢ଼ିଛି ବୋଲି କହିଥିଲେ। ଖାଦ୍ୟ ଗ୍ରହଣରେ ଜଙ୍କଫୁଡ୍ ତ୍ୟାଗ କରିବା,ସବୁଜ ପନିପରିବା ଅଧିକ ଖାଇବା,ବ୍ୟାୟାମ,ବିଶ୍ରାମ, ପରିବେଶକୁ ସବୁଜ ରଖିବା ଉପରେ ଗୁରୁତ୍ବ ଦେବାକୁ ବୈଜ୍ଞାନିକ ମାନେ ପରାମର୍ଶ ଦେଇଥିଲେ। ଏଥିସହ ମୋବାଇଲ ବ୍ୟବହାରକୁ ନିୟନ୍ତ୍ରଣ କରିବାକୁ ସେମାନେ ଛାତ୍ରଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ।

ଜିଲ୍ଲା ଶିକ୍ଷା ଅଧିକାରୀ ନିରଞ୍ଜନ ସାହୁ ଅତିଥି ମାନଙ୍କୁ ସ୍ଵାଗତ କରିବା ସହ ପ୍ରଦର୍ଶନୀର ଗୁରୁତ୍ଵ ବର୍ଣ୍ଣନା କରିଥିଲେ। ବିଜ୍ଞାନ ପର୍ଯ୍ୟବେକ୍ଷକ ଅମ୍ବୁଜ ଗଡ଼ନାୟକ ମଞ୍ଚ ପରିଚାଳନା କରିଥିଲେ। ପ୍ରଦର୍ଶନୀରେ ପରିବେଶ ସମ୍ପର୍କିତ ୧୧୨ ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। ବହୁ ଛାତ୍ରଛାତ୍ରୀ ,ଅଭିଭାବକ,ସବୁ ବ୍ଲକ ଶିକ୍ଷା ଅଧିକାରୀ ପ୍ରଦର୍ଶନୀରେ ଉପସ୍ଥିତ ଥିଲେ ।