କଳା ଓ ସଂସ୍କୃତି

ଜିଲ୍ଲାସ୍ତରୀୟ ଭାଗବତ ଜ୍ଞାନ ପ୍ରତିଯୋଗିତା, ପ୍ରଥମ ସ୍ଥାନ ଗ୍ରହଣ କଲା ବଡ଼ଯୋରଡ଼ା

By Angul TV Bureau

July 19, 2022

ଅନୁଗୁଳ: ଅଗ୍ରଣୀ ଆଧ୍ୟାତ୍ମିକ ଅନୁଷ୍ଠାନ ପୌରାଣିକ ସମୀକ୍ଷା ପରିଷଦ ଓ ଭାଗବତ ଟୁଙ୍ଗୀର ମିଳିତ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ୫ମ ଭାଗବତ ଜ୍ଞାନ ପ୍ରତିଯୋଗିତା ଘଣ୍ଟପଡ଼ା ବିବେକାନନ୍ଦ ସ୍କୁଲ ପ୍ରାଙ୍ଗଣରେ ୧୮ଟି ମୌଜାର ପ୍ରତିଯୋଗୀମାନଙ୍କୁ ନେଇ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ପୌରାଣିକ ପରିଷଦର ପ୍ରତିଷ୍ଠାତା ରଞ୍ଜନ କୁମାର ଭୁକ୍ତା, ଜ୍ଞାନଗୁରୁ ନିମାଇଁ ଚରଣ ନାୟକ, ଜ୍ଞାନଗୁରୁ ପ୍ରଭୂପାଦ ମହନ୍ତ ମହାରାଜ, ସ୍ୱାମୀ ସ୍ୱନ୍ତ୍ରତ୍ରାନନ୍ଦ ମହନ୍ତ ମହାରାଜ, କଳାସଂଘ ଉପସଭାପତି ସବିତା ସିଂ, ଅନୁପମା ପ୍ରଧାନ, ଆଇନ ପରାମର୍ଶଦାତା ସନ୍ତୋଷ ନାଏକ, ଘଣ୍ଟପଡା ଭାଗବତ ଟୁଙ୍ଗୀ ସଭାପତି କ୍ଷୀରୋଦ ଚନ୍ଦ୍ର ପ୍ରଧାନ, ଗଗନ ବିହାରୀ ଦାସ, ଗୁରୁ ଗୋଲେଖ ବିହାରୀ ବେହେରା, ରାମଚନ୍ଦ୍ର ମହାପାତ୍ର, ରାଜୁ ଦାସ,ପୂର୍ବତନ ସରପଞ୍ଚ ସୁନିଲ ବିଶ୍ୱାଳଙ୍କ ସମେତ ଯୁବ ନେତା ତଥା ସମାଜସେବୀ ବିଭୂତି ସାହୁ ଯୋଗଦାନ କରିଥିଲେ।କରୁଣାକର ବାଇ ମଞ୍ଚ ସଞ୍ଚାଳନ କରିଥିବା ବେଳେ ପାଲା ଗାୟକ ପ୍ରଭାତ ପଟ୍ଟନାୟକ, ଗୀତାମୟୀ ମହାପାତ୍ର, ଚିତ୍ରଶିଳ୍ପୀ ଅଶୋକ ସ୍ୱାଇଁ ପ୍ରମୁଖ ପରିଚାଳନା କରିଥିଲେ।

ଏହି ପ୍ରତିଯୋଗିତାରେ ମୂଲ୍ୟାଙ୍କନ ଓ ବିଚାରକ ମଣ୍ଡଳୀଙ୍କ ମଧ୍ୟରେ ମନୋରଞ୍ଜନ ଦାସ, ପ୍ରଭଞ୍ଜନ ସାହୁ, ସତ୍ୟମ ସାହୁ, ଜୟଦେବ ସାହୁ,ଦିଲ୍ଲୀପ ଭୁକ୍ତା, ରମେଶ ବାରିକ ଦାୟିତ୍ୱ ଗ୍ରହଣ କରିଥିଲେ। ଏ ଅବସରରେ ରାମଚନ୍ଦ୍ର ମହାପାତ୍ର ଭାଗବତ ଟୁଙ୍ଗୀ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ କ୍ଷୀରୋଦ ଚନ୍ଦ୍ର ପ୍ରଧାନ ଓ ସମାଜସେବୀ ବିଭୂତି ସାହୁ ମଞ୍ଚ ଉଘାଟନ କରିଥିଲେ। ତୋଫାନ ଯୁବକ ସଂଘର ସଭାପତି ଧୀରେନ୍ଦ୍ର ଦାସ ତଥା ଅନ୍ୟ କର୍ମକର୍ତ୍ତା ସହଯୋଗ କରିଥିଲେ।

ପ୍ରଥମେ କୁନି ପ୍ରବଚିକା ସାଇ ଜିଜ୍ଞାସା ବାରିକ ଭାଗବତ ମାଧ୍ୟମରେ ସାମାଜିକ ନିଦର୍ଶନ ବାର୍ତ୍ତା ପଠନ କରିଥିଲେ। ପୌରାଣିକ ସମୀକ୍ଷା ପରିଷଦର ଦୁଇ ବରିଷ୍ଠ ସଭ୍ୟ ତଥା ବିଶିଷ୍ଟ ପୁରାଣବିତ୍ ତ୍ରିନାଥ ଗଡ଼ନାୟକ ଓ ଗୌତମ ନାଏକଙ୍କୁ ଉପଢୌକନ ଦେଇ ମଞ୍ଚରେ ସମ୍ମାନିତ କରାଯାଇଥିଲା। ଏହି ପ୍ରତିଯୋଗିତାରେ ବଡ଼ଯୋରଡ଼ା ୧ମ, ଲକେଇପଶି ୨ୟ, ବ୍ରଜନାଥପୁର ୩ୟ ସ୍ଥାନ ଅଧିକାର କରିଥିଲେ। ବିଜେତା ପ୍ରତିଯୋଗୀମାନଙ୍କୁ ମାନପତ୍ର, ଆଧ୍ୟାତ୍ମିକ ପୁସ୍ତକ ଓ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା। ଶେଷରେ ଭାଗବତ ଟୁଙ୍ଗୀ ଗୁରୁ ଗୋଲକ ବିହାରୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।